ଭୁବନେଶ୍ୱର,୧୦।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫ ସ୍ଥାନୀୟ ଅଞ୍ଚଳରୁ ୪୮ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୯୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୯ ହଜାର ୮୩୭ କୁ ବୃଦ୍ଧି ପାଇଛି ।
Update on newly detected #COVID19 cases in the last
24 hrs under the BMC area on 10th Nov (till 9am) pic.twitter.com/A12JINKAHr— BMC (@bmcbbsr) November 10, 2020
ମୋଟ ୨୯ ହଜାର ୮୪୭ ପଜିଟିଭ ମଧ୍ୟରୁ ୧୮୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୮ ହଜାର ୮୫୩ ଜଣ ସୁସ୍ଥ ଓ ୭୭୯ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।