fbpx

‘ହାଏ ଚକା ଚକ୍‌…’ଗୀତରେ ଠୁମୁକା ଲଗାଇଲେ ୬୩ ବର୍ଷୀୟା ଦାଦି, ଫିକା ପଡ଼ିଲା ଅଭିନେତ୍ରୀ ସାରାଙ୍କ ଡ୍ୟାନ୍ସ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ…

ମୁମ୍ବାଇ (ଭାସ୍କର ନ୍ୟୁଜ୍):  ବୟସ ୬୩ ବର୍ଷ କିନ୍ତୁ ଜୋସ୍‌ ୨୩ ବର୍ଷ । କୌଣସି ୟଙ୍ଗ ହିରୋଇନ୍‌ଙ୍କ ଠାରୁ ସେ କମ୍‌ ନୁହନ୍ତି । ତାଙ୍କ ଡ୍ୟାନ୍ସ ଆଉ ତାଙ୍କ ଅନ୍ଦାଜ ଅଭିନେତ୍ରୀଙ୍କୁ ଭାରି ପଡିଛି । ଫିଲ୍ମ ‘ଅତରଙ୍ଗୀ ରେ’ର ସୁର ହିଟ୍‌ ଗୀତରେ ନାଚିଛନ୍ତି ଜଣେ ୬୩ ବର୍ଷୀୟା ଜେଜେ ମା’ । ତାଙ୍କ ଡ୍ୟାନ୍ସ ଆଗରେ ଏବେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ଙ୍କ ଡ୍ୟାନ୍ସ ବି ଫେଲ୍‌ ମାରିଛି ।

 

 

View this post on Instagram

 

A post shared by Ravi Bala Sharma (@ravi.bala.sharma)

ସାରା ଅଲ୍ଲି ଖାନ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଅନ୍ତରଙ୍ଗୀ’ର ଗୀତ ‘ହାଏ ଚକା ଚକ୍‌…’ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହି ଗୀତରେ ଅନେକ ଯୁବପିଢ଼ି ରିଏଲ ଭିଡିଓ ତିଆରି କରି ନିଜ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । କେବଳ ଯୁବପିଢ଼ୀ ନୁହେଁ ଜଣେ ୬୩ ବର୍ଷୀୟ ଜେଜେ ମା’ଙ୍କୁ ମଧ୍ୟ ଏହି ଗୀତ ବେଶ୍‌ ପସନ୍ଦ ଆସିଛି । ସେ ଏହି ଗୀତ ତାଳେ ତାଳେ ଡ୍ୟାନ୍ସ କରିଛନ୍ତି, ଯାହା ସମସ୍ତଙ୍କ ହୋସ୍‌ ଉଡାଇ ଦେଇଛି । ଏହି ଜେଜେ ମା’ଙ୍କ ହାଏ ଚକା ଚକ୍‌ ଗୀତର ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୬୩ ବର୍ଷୀୟ ଏହି ଜେଜେ ମା’ ଜଣଙ୍କ ହେଉଛନ୍ତି ରବି ବାଲା ଶର୍ମା । ସେ ସୋଶାଲ ମିଡିଆରେ ‘ଦେଶୀ ଦାଦି’ ନାଁରେ ପରିଚିତ । ତାଙ୍କ ଏହି ଡ୍ୟାନ୍ସ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩.୫ ମିଲିଅନରୁ ଅଧିକ ଲୋକେ ଦେଖିସାରିଲେଣି ।

Get real time updates directly on you device, subscribe now.