fbpx

ଖୁସି ଖବର : ଓଡ଼ିଶାରେ ଆଜି ୬୫୨୭ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୫୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୯୭ ହଜାର ୫୭୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୬୮୨, କଳାହାଣ୍ଡିରୁ ୬୮୦, ଝାରସୁଗୁଡ଼ାରୁ ୪୪୯, ପୁରୀରୁ ୩୯୪, କଟକରୁ ୩୮୦, ନୂଆପଡ଼ାରୁ ୩୪୨, ବରଗଡ଼ରୁ ୩୧୨, ସମ୍ବଲପୁରରୁ ୨୬୪, ନବରଙ୍ଗପୁରରୁ ୨୪୬, ବଲାଙ୍ଗିରରୁ ୨୩୧, କେନ୍ଦୁଝରରୁ ୧୯୪, ଗଞ୍ଜାମରୁ ୧୫୦, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୯୮, ନୟାଗଡ଼ରୁ ୮୮ , ଭଦ୍ରକରୁ ୮୫, ବାଲେଶ୍ବରରୁ ୭୯, ଗଜପତିରୁ ୭୬, ଗଜପତିରୁ ୭୧, ଅନୁଗୁଳରୁ ୪୯, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୪୭ ଜଣ ଲେଖାଏଁ, କୋରାପୁଟରୁ ୪୨, କନ୍ଧମାଳରୁ ୩୫,ବୌଦ୍ଧରୁ ୨୯, ମାଲକାନଗିରିରୁ ୨୨, ଢେଙ୍କାନାଳରୁ ୧୬, ସୋନପୁରରୁ ୧୦ ଓ ଷ୍ଟେଟ୍ ପୁଲରୁ ୧୯୩ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.