fbpx

୪୦ କୋଟି ଲୋକ ଏବେବି ବିପଦରେ ; ଜାଣନ୍ତୁ କେତେ ଜଣଙ୍କ ଶରୀରରେ ରହିଛି ଆଣ୍ଟିବଡି

ନୂଆଦିଲ୍ଲୀ: ଭାରତର ଦୁଇ ତୃତୀୟାଂଶ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଦେଶର ୬୭ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ବିରୋଧୀ ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି । ଆଇସିଏମଆର ପକ୍ଷରୁ ହୋଇଥିବା ସେରୋ ସର୍ଭେ ଅନୁଯାୟୀ ୬୭.୬ ପ୍ରତିଶତ ଭାରତୀୟଙ୍କ ଶରୀରରେ ଏହି ଆଣ୍ଟି ବଡି ସୃଷ୍ଟି ହୋଇସାରିଛି । ଏହା ସହିତ ଦେଶରେ ରହିଥିବା ୬-୧୭ ବର୍ଷ ବୟସ୍କ ଶିଶୁଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଅନ୍ୟୁନ ୫୦ ପ୍ରତିଶତ ଏହି ବୟସ ବର୍ଗର ଶିଶୁ ବର୍ତ୍ତମାନ ସୁଦ୍ଧା କୋଭିଡ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି । ତେବେ ବର୍ତ୍ତମାନୁ ସୁଦ୍ଧା ୪୦ କୋଟି ଲୋକ ସମ୍ବେଦନଶୀଳ ଅବସ୍ଥାରେ ଅଛନ୍ତି ।
୪୫-୬୦ ବର୍ଷର ବୟସ ବର୍ଗରେ ସର୍ବାଧିକ ୭୭.୬ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି । ୬୦ ବର୍ଷରୁ ଅଧିକ ବୟସ୍କ ବର୍ଗର ଲୋକଙ୍କ ମଧ୍ୟରେ ୭୬.୭ ପ୍ରତିଶତର ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି । ଏହା ସହିତ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୬୬.୭ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି । ୬-୯ ବର୍ଷ ବୟସ ବର୍ଗରେ ୫୭.୨ ପ୍ରତିଶତ ଏବଂ ୧୦-୧୭ ବର୍ଷ ବୟସ ବର୍ଗରେ ୬୧.୬ ପ୍ରତିଶତ ଶିଶୁଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି । ପୁରୁଷ ଓ ମହିଳାଙ୍କ ଠାରେ ଆଣ୍ଟିବଡି ସମାନ ଭାବରେ ବିକଶିତ ହୋଇଥିବା ବେଳେ ଟିକା ନେଇନଥିବା ୬୨.୩ ପ୍ରତିଶତ ଲୋକଙ୍କ ଠାରେ ସୃଷ୍ଟି ହୋଇଛି ଆଣ୍ଟିବଡି । ପ୍ରଥମ ଡୋଜ ନେଇଥିବା ଲୋକଙ୍କ ମଧ୍ୟରେ ୮୧ ଓ ଦୁଇଟି ଡୋଜ ନେଇ ସାରିଥିବା ଲୋକଙ୍କ ମଧ୍ୟରୁ ୮୯.୮ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.