ବଡ ଖବର: ରାଜ୍ୟରେ ଆଜି ପୁଣି ୬୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୦ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୬ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Uttarakhand Govt.

ତେବେ ଆଜି ଗଞ୍ଜାମରେ ସର୍ବାଧିକ ୨୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଓ ଖୋର୍ଦ୍ଧାରେ ୫୮ ଜଣ ଲେଖାଏଁ, କନ୍ଧମାଳରେ ୪୪, କୋରାପୁଟରେ ୪୧, ଜଗତସିଂପୁରରେ ୩୬, କଟକରେ ୩୨, କେନ୍ଦୁଝରରେ ୨୪, ଯାଜପୁରରେ ୨୮, ବାଲେଶ୍ୱରରେ ୧୩, ବରଗଡରେ ୨୨, ଅନୁଗୁଳରେ ୪, ଢେଙ୍ଗାନାଳରେ ୧୦, ଗଜପତିରେ ୧୫, ଝାରସୁଗୁଡାରେ ୧୪, କେନ୍ଦ୍ରାପଡାରେ ୪, ମାଲକାନଗିରିରେ ୪, ମୟୂରଭଞ୍ଜରେ ୧, ନୟାଗଡରେ ୪, ପୁରୀରେ ୪, ସମ୍ବଲପୁରରେ ୩, ସୋନପୁରରେ ୪ ଓ ସୁନ୍ଦରଗଡରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।