fbpx

ଖୁବଶୀଘ୍ର ଆସିବ 6G: ସୂଚନା ଦେଲେ ମୋଦୀ

ନୂଆଦିଲ୍ଲୀ : ଦେଶରେ ଏବେ ୪ଜି ଓ ୫ ଜି ଟେଲିକମ୍ ସେବା କାର୍ଯ୍ୟ କରୁଥିବା ବେଳେ ୬ଜି ଆସିବାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ଜି ସେବା ଯଦିଓ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହୋଇଥିଲା ହେଲେ ଏବେଠାରୁ ୬ଜି ସେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ମୋଦୀ କହିଛନ୍ତି । ବୁଧବାର ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ୬ଜି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟେଷ୍ଟ ବେଡ୍ ଲଞ୍ଚ କରିଛନ୍ତି ।

ଏହି ଅବସରରେ ମୋଦୀ କହିଛନ୍ତି ଯେ, ଚଳିତ ଦଶନ୍ଧି ଭାରତର ଟେକ୍ ଏଡ୍ ଅଟେ । ଏବେ ଭାରତର ଟେଲିକମ୍ ଓ ଡିଜିଟାଲ ମଡେଲ ଉନ୍ନତ ଅଛି । ୬ଜି କାର୍ଯ୍ୟକ୍ଷମ ହେଲେ ଡିଜିଟାଲ କ୍ଷେତ୍ର ଆହୁରି ସଶକ୍ତ ହେବ । ଶିଳ୍ପକ୍ଷେତ୍ର, ଶିକ୍ଷାକ୍ଷେତ୍ର, ଏହା ବିଶେଷ ଲାଭପ୍ରଦ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Get real time updates directly on you device, subscribe now.