fbpx

ପ୍ରଳୟ ଏବଂ ପ୍ରଳୟ: ପୁଣି ଥରିଲା ତୁର୍କୀ, ପ୍ରଥମ ଭୁମିକମ୍ପରେ ଗଲାଣି ୧୨୦୦ରୁ ଉର୍ଦ୍ଧ ଜୀବନ

ତୁର୍କୀ: ଶତାଦ୍ଧୀର ସବୁଠାରୁ ଶକ୍ତିଶାଳୀ ଭୁମିକମ୍ପରେ ତୁର୍କୀ ଏବଂ ସିରିୟାରେ ୧,୨୦୦ ରୁ ଉର୍ଦ୍ଧ ଲୋକ ଜୀବନ ହରାଇଛନ୍ତି । ଯେଉଁଥିରେ ହଜାର ହଜାର ଘର ଭୁଷୁଡ଼ି ପଡିଥିବା ବେଳେ ଅନେକ ୫ ହଜାରୁ ଉର୍ଦ୍ଧ ଲୋକେ ନିଖୋଜ ଅଛନ୍ତି । ଏହାରି ମଧ୍ୟରେ ଖବର ଆସିଛି ଯେ, ସନ୍ଧ୍ୟାରେ ଦକ୍ଷୀଣ ତୁର୍କୀରେ ୭.୫ ତିବ୍ରତାର ଆଉ ଏକ ଭୁମିକମ୍ପ ଅନୁଭୁତ ହୋଇଛି । ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସୂଚନା ଦେଇଛି । ତେବେ ଦ୍ୱିତୀୟ ଭୂକମ୍ପରେ କ୍ଷୟକ୍ଷତିର ବିବରଣୀ ଏପର୍ଯ୍ୟନ୍ତ ଆସିନାହିଁ ।

ସ୍ଥାନୀୟ ସମୟ ୧.୨୪ ଅପରାହ୍ନ ସମୟରେ ଇକିନୋଜୁ ସହରର ୪ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଦ୍ୱିତ୍ୟୀ ଭୁମିକମ୍ପଟି ଅନୁଭୁତ ହୋଇଥିଲା । ପ୍ରଥମ ଭୁମିକମ୍ପଟି ୭.୮ ତିବ୍ରତାର ହୋଇଥିବା ବେଳେ ତୁର୍କୀର ପ୍ରମୁଖ ସହରଗୁଡ଼ିକର ଅନେକ କୋଠାବାଡ଼ି ଧ୍ୱଂଶ ହୋଇଯାଇଥିଲା ଯେଉଁଥିରେ ସିରିଆରେ ଗୃହଯୁଦ୍ଧ ଏବଂ ଅନ୍ୟାନ୍ୟ ବିବାଦରୁ ପଳାୟନ କରି ଆସି ଆଶ୍ରୟ ନେଇଥିବା ଲକ୍ଷ ଲକ୍ଷ ଲୋକ ସାମିଲ ଥିଲେ ।

ତୁର୍କୀ ରାଷ୍ଟ୍ରପତି ରସିପ୍ ତାଇପ ଏର୍ଡୋଗାନ ଭୁକମ୍ପର ଭୟାଭୟକୁ ଦୃଷ୍ଟିରେ ରଖି ଜରୁରୀକାଳିନ ବୈଠକ ଡକାଇଛନ୍ତି। ଯେଉଁଥିରେ ପିଡ଼ିତଙ୍କୁ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ନିଷ୍ପତି ହୋଇଛି। ଏଭଳି ସ୍ଥିତିରେ ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତା ପାଇଁ ଭାରତ ଉଦ୍ଧାରକାରୀ ଦଳ ଏବଂ ରିଲିଫ ରିଲିଫ ସାମଗ୍ରୀ ପଠାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତୁର୍କୀରେ ହୋଇଥିବା ଭୂକମ୍ପରେ ଲୋକଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି ଯେ ଏହି ଦୁଃଖଦ ଘଟଣାର ମୁକାବିଲା ପାଇଁ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ।

Get real time updates directly on you device, subscribe now.