fbpx

ଅଗ୍ନିପଥ ବାୟୁସେନାରେ ୭.୫ଲକ୍ଷ ଆବେଦନ: ସରିଲା ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଭାରତର ନୂଆ ଯୋଜନା ଅଗ୍ନିପଥ ପାଇଁ ବଢୁଛି ଯୁବଗୋଷ୍ଠୀଙ୍କ ଆଗ୍ରହ । ଅଗ୍ନିପଥ ବାୟୁସେନାରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଶେଷ ହୋଇଛି । ଏହି ମାଧ୍ୟମରେ ମୋଟ ୭.୫ ଲକ୍ଷ ପ୍ରାର୍ଥୀ ଏଥିରେ ଆବେଦନ କରିଥିବା ଜଣାଯାଇଛି । ଅନଲାଇନ ରେଜିଷ୍ଟ୍ରେସନରେ ପ୍ରାର୍ଥୀମାନେ ଅଗ୍ନିପଥର ଅଂଶ ହେବା ପାଇଁ ଆବେଦନ କରିଥିଲେ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଶେଷ ହୋଇଛି ଅଗ୍ନିପଥ ପାଇଁ ବାୟୁସେନାରେ ଆବେଦନ ପ୍ରକ୍ରିୟା । ଆବେଦନ ଶେଷ ହେବା ପରେ ମୋଟ ୭ ଲକ୍ଷ ୪୯ ହଜାର ୮୯୯ ଜଣ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ ଫର୍ମ ଭରିଥିବା ଜଣାଯାଇଛି । ଏହା ପୂର୍ବରୁ ସର୍ବାଧିକ ୬ ଲକ୍ଷ ୩୧ ହଜାର ୫୨୮ ଜଣ ଆବେଦନ କରିଥିଲେ । ତେବେ ଏହି ଆବେଦନ ସଂଖ୍ୟାକୁ ଦେଖି ଅଗ୍ନିପଥକୁ ନେଇ ଚାଲିଥିବା ହିଂସା ଏବଂ ବିରୋଧରେ ହେଉଥିବା ଉତ୍ତେଜନାର ବିପରୀତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଯୋଜନା ଘୋଷଣା ହେବା ସମୟରେ ବିଭିନ୍ନ ସ୍ଥାନରେ ଏହାକୁ ନେଇ ଉତ୍ତେଜନା ଏବଂ ବିରୋଧ ହୋଇଥିଲା ।

Get real time updates directly on you device, subscribe now.