fbpx

୭ ଦିନ ଲକଡାଉନ୍ ଘୋଷଣା କଲେ ହରିୟାଣା ସରକାର

ଚଣ୍ଡିଗଡ଼ ୦୨ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ଉଭୟ କୋଭିିଡ୍ ନିୟମ ପାଳନ ଲାଗି ସାଧାରଣ ଜନତାଙ୍କୁ ପରାମର୍ଶ ଦେଉଛନ୍ତି । ଏଥିସହ ରାଜ୍ୟରେ ସପ୍ତାହାନ୍ତ,ସଟଡାଉନ୍ ଏବଂ ଲକଡାଉନ୍ ନିୟମ ଲାଗୁ କରାଯାଇଛି । କେରାନା ସଂକ୍ରମଣ ବଢୁଥିବା ଦେଖି ହରିୟାଣା ସରକାର ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟରେ ସମ୍ପର୍ଣ୍ଣ ୭ ଦିନ ଯାଏ ଲକଡାଉନ୍ ନେଇ ନିଷ୍ପତ୍ତି ହୋଇଛି । ଏହି ଲକଡାଉନ୍ ମେ’୩ ତାରିଖ ବା ଆସନ୍ତା କାଲିଠାରୁ ଲାଗୁ କରାଯିବ । ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ୍ ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ଗତକାଲି ରାଜ୍ୟରେ ୧୩,୫୮୮ ସଂକ୍ରମଣ ହୋଇଥିବା ବେଳେ ୧୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.