fbpx

ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ପାଣିରେ ବୁଡ଼ି ୭ ବାଳିକା ମୃତ

ଲାତେହାର: ମୂର୍ତ୍ତି ବିସଜର୍ନ ବେଳେ ଏକ ବଡ଼ ଧରଣର ଅଗଟଣ ଘଟିଛି । ପାଣିରେ ବୁଡ଼ି ୭ଜଣ ବାଳିକାଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଝାଡଖଣ୍ଡର ଲାତେହାରର ବାଲୁମାଥ ଥାନା ଅଞ୍ଚଳରେ ଥିବା ଶେରେଗାଡ଼ା ଗ୍ରାମରେ ଘଟିଥିବା ଜଣାପଡ଼ିଛି । ବିଶ୍ୱକର୍ମା ପୂଜା ପାଇଁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ସମୟରେ ଏହି ୭ଜଣ ବାଳିକା ବୁଡି ଯାଇଥିବା ସୂଚନା ମିଳିଛି । ମୃତକଙ୍କ ବୟସ ୧୦ରୁ ୨୦ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି । ଏଷହି ଘଟଣାକୁ ନେଇ ଗାଁରେ ଚର୍ଚ୍ଚାର ମାହୋଲ ରହିଛି ।

ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ତିନି ଜଣ ଝିଅ ନିଜ ଭଉଣୀ ଥିଲେ । ମୃତକ ମାନେ ହେଲେ ରେଖା କୁମାରୀ(୧୮), ଲକ୍ଷ୍ମୀ କୁମାରୀ(୮), ରୀନା କୁମାରୀ(୧୧), ମୀନା କୁମାରୀ(୮), ପିଙ୍କି କୁମାରୀ(୧୫), ସୁଷମା କୁମାରୀ(୭), ସୁନୀତା କୁମାରୀ(୧୭) । ଏମାନେ ବିସର୍ଜନ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିଲା । ବୁଡ଼ି ଯିବା ପରେ ଗାଁ ଲୋକ ମାନେ ଯେତେବେଳେ ଝିଅ ମାନଙ୍କୁ ଉଦ୍ଧାର କରିବାପାଇଁ ପହଞ୍ଚିଥିଲେ ସେତେବେଳେ ଝିଅ ମାନେ ବୁଡ଼ିଯାଇଥିଲେ ଓ ବାହାରକୁ ଆଣିବା ବେଳେ ସେମାନଙ୍କ ମୃତ୍ୟୁ ବି ହୋଇଯାଇଥିଲା ।

Get real time updates directly on you device, subscribe now.