fbpx

ରାଣୀଡୁଡୁମା ପେଟ୍ରୋଲ ପମ୍ପରୁ ୭ ଲକ୍ଷ ଲୁଟ୍, କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ

କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଥିବା ରାଣୀ ଡୁଡୁମା ପେଟ୍ରୋଲ୍ ପମ୍ପରୁ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । କର୍ମଚାରୀଙ୍କଠାରୁ ହଠାତ୍ ଝାମ୍ପି ନେଲେ ୭ ଲକ୍ଷ ଟଙ୍କା । ନନ୍ଦପୁର ଓ ପାଡୁଆ ପୁଲିସ ପକ୍ଷରୁ ହାଣ୍ଡିପୁଟ ଛକରେ କଡ଼ା ଯାଞ୍ଚ କରାଯାଇଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ କିଛି ଧରାପଡ଼ିନି।

ନନ୍ଦପୁର ଦାୟିତ୍ୱରେ ଥିବା ସୁନାବେଡ଼ା ଏଡିପିଓ ମନୋଜ କୁମାର ବେହେରା ଓ ନନ୍ଦପୁର ଆଇଆଇସି କପିଳେଶ୍ୱର ବେହେରା, ଏଏସଆଇ ଦୀପକ କୁମାର ନାୟକଙ୍କ ସମେତ କୋରାପୁଟ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିବା ସହ ଛାନଭିନ୍ ଚଳାଇଛନ୍ତି । ନନ୍ଦପୁର ସହରରେ ଲାଗିଥିବା ବିଭିନ୍ନ ସ୍ଥାନ ସମେତ ଜନସେବା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି । ପ୍ରତିଦିନ ଭଳି ପେଟ୍ରାଲ ପମ୍ପ କର୍ମଚାରୀ ସନ୍ତୋଷ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ବାହାରିଥିଲେ । ୭ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବାବେଳେ ପେଟ୍ରାଲ ପମ୍ପଠାରୁ ମାତ୍ର ୨୦୦ ମିଟର ଦୂରରେ ଲୁଟେରାମାନେ ଏକ ବ୍ଲାକ ପଲସର୍ ବାଇକ୍ରେ ପଛ ପଟରୁ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ଯାଇଥିଲେ । ଏହି ଲୁଟ୍ ଘଟଣାରେ ସ୍ଥାନୀୟ ଲୋକଙ୍କ ହାତ ଥିବାନେଇ ସାଧାରଣରେ ଚର୍ଚ୍ଚା ଜୋର ଧରଛି ।

Get real time updates directly on you device, subscribe now.