fbpx

ଗୋଟିଏ ବାଇକରେ ଯାତ୍ରା କରୁଥିଲେ ୭ ଜଣ: ହାତଯୋଡ଼ି ଅନୁରୋଧ କଲେ ପୋଲିସବାବୁ

ପାଟନା, ୯ା୧: ପ୍ରତିଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ନୂଆ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ । ତେବେ ସେହିପରି ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗୋଟିଏ ବାଇକରେ ୭ ଜଣ ଯାତ୍ରା କରୁଥିବା ଭିଡିଓକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

ଘଟଣାଟି ଘଟିଛି ପାଟନାରେ । ଗୋଟିଏ ବାଇକରେ ଜଣେ ନୁହେଁ କି ଦୁଇଜଣ ନୁହେଁ, ୭ ଜଣ ବସି ଯାତ୍ରା କରୁଥିଲେ । ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ବାଇକରେ ଜଣେ ପୁରୁଷ ଲୋକଙ୍କ ସହ ଜଣେ ସ୍ତ୍ରୀଲୋକ ଓ ଅନ୍ୟମାନେ ଛୋଟପିଲା ଥିଲେ । କେବଳ ସେତିକି ନୁହେଁ, ବାଇକରେ ବହୁତ ଜିନିଷପତ୍ର ମଧ୍ୟ ରଖାଯାଇଥିଲା ।

ତେବେ ୭ ଜଣଙ୍କୁ ଗୋଟିଏ ବାଇକରେ ଏପରି ଅବସ୍ଥାରେ ଦେଖି ପୋଲିସ ବାବୁ ହାତଯୋଡ଼ି ଏପରି ନ କରିବାକୁ ଅନୁରୋଧ କରିଥିଲେ । ଏହି ଫଟୋକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.