fbpx

ବିକାନେର ଏକ୍ସପ୍ରେସ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଘଟଣାସ୍ଥଳ ଅଭିମୁଖେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଗୌହାଟି ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଗତକାଲି ୫ରେ ଥିବା ବେଳେ ଏହା ବୃଦ୍ଧି ପାଇ ୭ ହୋଇଯାଇଛି । ଏଥିରେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ଏହି ଘଟଣା ଘଟିଥିଲା । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଗୌହାଟି-ବିକାନେର ଏକ୍ସପ୍ରେସରେ ପ୍ରାୟ ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ସ୍ଥାନୀୟ ଲୋକ, ପୋଲିସ, ଏନଡିଆରଏଫ ଟିମ ପହଂଚି ଉଦ୍ଧାର କରିଥିଲେ ।

ତେବେ ଆଜି ରେଳମନ୍ତ୍ରୀ ନିଜେ ଦୁର୍ଘଟଣା ସ୍ଥଳକୁ ଯିବେ ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳେ ଅର୍ଥାତ ଆଜି ଦୁର୍ଘଟଣା ସ୍ଥଳକୁ ଯିବାନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଏହା ସହ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଥିବା କହିଛନ୍ତି ଅଶ୍ୱିନୀ । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ,ଗୁରୁତର ଆହତଙ୍କୁ ଲକ୍ଷେ ଟଙ୍କା, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ସହାୟତା ମିଳିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ । ସେପଟେ ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Get real time updates directly on you device, subscribe now.