fbpx

ସାତବର୍ଷ ବୟସରେ ଚନ୍ଦ୍ରରେ ନାଁ

ଆପଣ ଚନ୍ଦ୍ରରେ ଜାଗା କିଣିବା କଥା ଆଗରୁ ନିଶ୍ଚୟ ଶୁଣିଥିବେ । ତେବେ ବ୍ରିଟେନ ଜଣେ ମାତ୍ର ସାତବର୍ଷର ଝିଅ ନିଜ ସନ୍ତକ ରଖିବାକୁ ଯାଉଛନ୍ତି । ତାଙ୍କର ନାମ ହେଉଛି ଏଲିଜାବେଥ୍ ନର୍ମାନ ସେ ବ୍ରିଟେନର ଲିସେଷ୍ଟର ବାସିନ୍ଦା । ନିକଟରେ ଏହି ସ୍କୁଲ ଛାତ୍ରୀ ନାସା ପକ୍ଷରୁ ଆୟୋଜିତ ପାଞ୍ଚ ସପ୍ତାହର କାର୍ଯ୍ୟକ୍ରମ ‘ଭର୍ଚୁଆଲ ମିଶନ ଟୁ ମାର୍ସ’ ସମ୍ପୂର୍ଣ୍ଣ କରିଛନ୍ତି । ସେ ତିଆରି କରିଥିବା ଏକ ଷ୍ଟିକର ‘ଆଷ୍ଟ୍ରୋ ଲିଜ ଲ୍ୟାବ’ ୧୯୭୨ ମସିହାରେ ଚନ୍ଦ୍ରକୁ ଯାଇଥିବା ଟାଇମ୍ କ୍ୟାପସୁଲରେ ରଖାଯିବ ।
ମଙ୍ଗଳରେ ରୋଭର ପର୍ସିଭରାନ୍ସ ପହଞ୍ଚିବା ପରେ ଏହାକୁ ନେଇ ତାଙ୍କର ମହାକାଶ ବିଜ୍ଞାନ ପ୍ରତି ଉତ୍ସୁକତା ବଢିଯାଇଥିଲା । ଏପରିକି ସେ ତାଙ୍କ ଘରେ ‘ଭଲକାନ ସେଞ୍ଚର’ ମଡେଲର ଏକ ରକେଟ ପ୍ରସ୍ତୁତ କରିଥିଲେ ଯାହାକୁ ୩୦ ଫୁଟ ପର୍ଯ୍ୟନ୍ତ ଉଡାଇବାରେ ସେ ସଫଳ ମଧ୍ୟ ହୋଇଥିଲେ । ବିଜ୍ଞାନର ପ୍ରତି ତାଙ୍କର ଏହି ଆଗ୍ରହ ଦେଖି ଉକ୍ତ ରକେଟ ନିର୍ମାତା କମ୍ପାନୀ ତାଙ୍କର ଷ୍ଟିକର ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଇବାର ଦାୟିତ୍ୱ ନେଇଛି । ଏହା ଦ୍ୱାରା ଚନ୍ଦ୍ରକୁ ସାମଗ୍ରୀ ପଠାଇବାରେ ପ୍ରଥମ ଶିଶୁ ହେବେ ଏଲିଜାବେଥ୍ । ସେ ସୋସିଆଲ ମିଡିଆରେ ‘ଆଷ୍ଟ୍ରୋ ଲିଜ୍ ଲ୍ୟାବ’ ଚ୍ୟାନେଲ ଖୋଲି ନିଜର ବିଭିନ୍ନ ଗବେଷଣା ସମ୍ପର୍କରେ ଜଣାଉଛନ୍ତି ।

Get real time updates directly on you device, subscribe now.