୩ ପତ୍ନୀ, ୧୧ ଛୁଆ; ତଥାପି ଆହୁରି ମନ; ୭୦ ବର୍ଷ ବୟରେ ବାହାହେଲେ
ଗାଜିଆବ ଥାନା ଭଟ୍ଟା ଗାଁର ସମାଜବାଦୀ ପାର୍ଟି ନେତା ହାଜି ଖଲିଲ ମେହେର ୧୯୯୧ ମସିହାରେ ନାଜରୀନଙ୍କୁ ବିବାହ କରିଥିଲେ। ତାଙ୍କ ଔରଷରୁ ୩ ପିଲା ଜନ୍ମ ହୋଇଛନ୍ତି
ନୂଆଦିଲ୍ଲୀ: ରଙ୍ଗୀଲା ନେତା। ୭୦ ବର୍ଷ ବୟସରେ ହେଉଛନ୍ତି ବାହା। ତାହା ପୁଣି ଜଣେ ୨୦ ବର୍ଷର କଷି କନିଆକୁ। ଇଏ ହେଉଛି ତାଙ୍କର ଚତୁର୍ଥ ବିବାହ। ଏପରି ବିବାହ ପାକିସ୍ତାନ କି ବାଂଲାଦେଶରେ ହେଉନୁହେଁ, ଭାରତରେ ହେଉଛି। ତାହା ପୁଣି ଉତ୍ତରପ୍ରଦେଶରେ। ଏବେ ତାଙ୍କର ୩ ପତ୍ନୀଙ୍କଠାରୁ ୧୧ ପିଲା ଅଛନ୍ତି। ସେ ହେଉଛନ୍ତି ସମାଜବାଦୀ ପାର୍ଟି ନେତା ହାଜି ଖଲିଲ ମେହେର। ଏନେଇ ତାଙ୍କ ଦ୍ୱିତୀୟ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଗାଜିଆବ ଥାନା ଭଟ୍ଟା ଗାଁର ସମାଜବାଦୀ ପାର୍ଟି ନେତା ହାଜି ଖଲିଲ ମେହେର ୧୯୯୧ ମସିହାରେ ନାଜରୀନଙ୍କୁ ବିବାହ କରିଥିଲେ। ତାଙ୍କ ଔରଷରୁ ୩ ପିଲା ଜନ୍ମ ହୋଇଛନ୍ତି। ନାଜରୀନଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ବିବାହ କରିବା ପୂର୍ବରୁ ଖଲିଲ ଆଉ ଜଣଙ୍କୁ ବିବାହ କରିଥିଲେ। ତାଙ୍କର ୮ଟି ପିଲାଥିଲେ।
ଏ ସମ୍ପର୍କରେ ତାଙ୍କୁ ଜଣାଇନଥିଲେ। ପ୍ରଥମ ପତ୍ନୀଙ୍କ ସମ୍ପର୍କରେ ନାଜରୀନ ଜାଣିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ତାଙ୍କୁ ଖଲିଲ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ସମ୍ପତ୍ତି ଅକ୍ତିଆର କରିବାକୁ ଉଦ୍ୟମ କରୁଛନ୍ତି।
ଦୁଇଟି ପତ୍ନୀଙ୍କୁ ଉପଭୋଗ କରିବା ପରେ ୨୦୧୦ ମସିହାରେ ଖଲିଲ ତୃତୀୟ ପତ୍ନୀ ଗ୍ରହଣ କରିଥିଲେ। ହେଲେ ଦୁର୍ଭଗ୍ୟକୁ ତାଙ୍କ ଗର୍ଭରୁ କୌଣସି ପିଲା ହେଲା ନାହିଁ। ତେଣୁ ତାଙ୍କୁ ଟ୍ରିପଲ ତଲାକ ଦେଇଥିଲେ। ଏବେ ତାଙ୍କୁ ବୟସ ପ୍ରାୟ ୭୦ ବର୍ଷ। ଏହି ବୟସରେ ସେ ଚତୁର୍ଥ ବିବାହ କରିଛନ୍ତି। ସେ ଯାହାଙ୍କୁ ବିବାହ କରୁଛନ୍ତି, ତାଙ୍କର ବୟସ ମାତ୍ର ୨୦ ବର୍ଷ। ତାଙ୍କ ନାଁ ହେଊଛି ଯସ୍ମିନ।
ଯସ୍ମିନଙ୍କୁୂ ବିବାହ କରିବା ପରେ ଦ୍ୱିତୀୟ ପତ୍ନୀ ତଥା ନାଜରୀନଙ୍କ ଉପରେ ନିର୍ଯାତନା ବଢ଼ି ଯାଇଛି। ଏନେଇ ସେ ପୋଲିସ କମିଶନରଙ୍କ ପାଖରେ ଅଭିଯୋଗ କରିଛନ୍ତି।
ପୋଲିସର କହିବା ଅନୁସାରେ ଅଭିଯୋଗ ପରେ ଯାଞ୍ଚ ଚାଲିଛି। ଘଟଣାର ସତ୍ୟାସତ୍ୟ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
