fbpx

ଦିନ ଦ୍ୱିପ୍ରହରେ ମହିଳାଙ୍କ ଠାରୁ ଲୁଟିନେଲେ ୭୦ ହଜାର

ରାଜକନିକା, ୮ା୭(ଓଡ଼ିଶା ଭାସ୍କର): ରାଜକନିକାରେ ଦିନ ଦ୍ୱିପ୍ରହରେ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ । ରୋଜାଲିନ ନାମକ ଜଣେ ଯୁବତୀ ତାଙ୍କ ବାପାଙ୍କ ସହ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବା ବେଳେ ଦୁବୃର୍ତ୍ତମାନେ ସେମାନଙ୍କ ପାଖରୁ ଟଙ୍କା ଝାମ୍ଫି ନେଇଥିଲେ । ସେମାନଙ୍କ ପାଖରେ ପ୍ରାୟ ୭୦ହଜାର ଟଙ୍କା ଥିବା ସୂଚନା ରହିଛି । ଚାନ୍ଦବାଲି ରୋଡ଼ର ଗୋଙ୍କେଶ୍ୱର ମନ୍ଦିର ନିକଟରେ ଦୁଇ ଜଣ ସ୍କୁଟି ରେ ଆସୁଥିବା ବେଳେ ଏହିପରି କାଣ୍ଡ ଘଟିଛି । ଏନେଇ ରାଜକନିକା ଥାନାରେ ଏତଲା ରୁଜୁ ହେବା ପରେ ପୋଲିସ ଏହାର ତଦନ୍ତ କରୁଛି । ରାଜକନିକା ଅଞ୍ଚଳରେ ଏବେ ଚୋରି ଡକାୟତି ଭଳି ଘଟଣା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକମାନଙ୍କ ଜୀବନଶୈଳୀରେ ପ୍ରଭାବ ପଡ଼ିଛି । ପୋଲିସକୁ ଅପରାଧୀମାନେ ଖୋଲା ଚାଲେଞ୍ଜ ଦେଉଥିବା ବେଳେ ପୋଲିସ ଚୋରମାନଙ୍କୁ ଧରିପାରୁ ନାହାନ୍ତି । ତେଣୁ ତୁରନ୍ତ ଜଣେ ଦକ୍ଷ ଅଫିସରଙ୍କୁ ଏହି ଅଞ୍ଚଳରେ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀଭାନେ ଦାବୀ କରିଛନ୍ତି ।

Get real time updates directly on you device, subscribe now.