fbpx

ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ

ଭୁବନେଶ୍ବର ( ଭାସ୍କର ନ୍ୟୁଜ୍):  ଚଳିତ ବର୍ଷ ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ । ୧୯୪୭, ଅଗଷ୍ଟ ୧୫ ତାରିଖରେ ଆମେ ବ୍ରିଟିଶ ଶାସନ କବଳରୁ ମୁକ୍ତ ହୋଇଥିଲୁ । ୧୯୫୦ ମସିହା, ଜାନୁଆରୀ ଆଜିର ଦିନ ଭାରତରେ ସମ୍ବିଧାନ ଲାଗୁ ହୋଇଥିଲା । ଏହା ଅନ୍ତର୍ଗତ ଭାରତକୁ ଏକ ଗଣତାନ୍ତ୍ରିକ ଦେଶ ଭାବେ ଘୋଷଣା କରାଗଲା । ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହା, ଆଜିର ଦିନ ୨୧ ତୋପର ସଲାମି ସହିତ ଜାତୀୟ ପତାକା ଉଡ଼ାଇ ଭାରତକୁ ପୂର୍ଣ୍ଣ ଗଣତନ୍ତ୍ରିକ ରାଷ୍ଟ୍ର ଘୋଷଣା କଲେ । ଏହି ସ୍ମୃତିରେ ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ଏହି ଦିନ ଦେଶର ପ୍ରଥମ ନାଗରିକ ଅର୍ଥାତ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପତାକା ଉତ୍ତୋଳନ କରନ୍ତି । ଦେଶ ସ୍ୱାଧୀନ ହେବା ପରେ ଭାରତୀୟ ସମ୍ବିଧାନ ଗଠନ ହୋଇଥିଲା । ବାବା ସାହେବ ଆମ୍ବେଦକରଙ୍କୁ ସମ୍ବିଧାନ ନିର୍ମାତା କୁହାଯାଏ । କିନ୍ତୁ ତାଙ୍କ ସମେତ ସମ୍ବିଧାନ ନିର୍ମାଣରେ ୨୧୦ ଜଣଙ୍କ ହାତ ଥିଲା ।

Get real time updates directly on you device, subscribe now.