fbpx

ବନ୍ୟା ବିତ୍ପାତ: ୭୫ ଜଣଙ୍କ ମୃତ୍ୟୁ, ୧୨ ନିଖୋଜ, ଜାଣନ୍ତୁ କେଉଁଠି

ଜାକର୍ତ୍ତା, ୫ା୪: ଇଣ୍ଡୋନେସିଆକୁ ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ଦୁର୍ବିପାକ ଗ୍ରାସ କରିଛି । ଏହି ବିତ୍ପାତ ଦ୍ୱାରା ୭୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ନିଖୋଜ ରହିଥିବା ଜଣାପଡ଼ିଛି । ତେବେ ଏହି ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଓ ବାତ୍ୟାର ପରିସ୍ଥିତିକୁ ଦେଖି ହଜାର ହଜାର ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଥିଲା । ଇଣ୍ଡୋନେସିଆ ସହ ଏହାର ପଡ଼ୋଶୀ ରାଷ୍ଟ୍ର ପୂର୍ବ ତିମୋର ମଧ୍ୟ ଏହି ଦୁର୍ବିପାକରେ କ୍ଷତିଗ୍ରସ୍ତ ହୋଇଛି । କିଛି ଗାଁ ପାହାଡ଼ ଦ୍ୱାରା ନିଶ୍ଚିହ୍ନ ହୋଇଯାଇଥିବା ଅନୁମାନ କରାଯାଉଛି । ପ୍ରବଳ ମାତ୍ରାରେ ମାଟି କାଦୁଅ ଯୋଗୁଁ ଉଦ୍ଧାରକାରୀ ଦଳ ବିପନ୍ନଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି ।

Get real time updates directly on you device, subscribe now.