fbpx

ଟିକାକରଣରେ ପଛୁଆ ଥିବା ୮ ଜିଲ୍ଲାକୁ ତାଗିଦ୍

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରାଜ୍ୟର କେତେକ ଜିଲ୍ଲାରେ ଟିକାକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇନାହିଁ । କୋଭିଡ ଟିକାକରଣରେ ପଛୁଆ ପଡିଛି ୮ ଜିଲ୍ଲା । ସେଠାରେ ଶତ ପ୍ରତିଶତ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେହି ୮ଟି ଜିଲ୍ଲାଗୁଡିକ ହେଉଛି- ଦେବଗଡ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ନୟାଗଡ, କଟକ, ସମ୍ବଲପୁର, କେନ୍ଦୁଝର । ଫେବ୍ରୁଆରୀ ୧୦ ସୁଦ୍ଧା ଶତ ପ୍ରତିଶତ ଟିକାକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର ।

ତେବେ ଫେବ୍ରୁଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ । ଦେବଗଡରେ ଏପର୍ଯ୍ୟନ୍ତ ମାତ୍ର ୪୨% ଟିକାକରଣ ହୋଇଛି । ସେହିପରି ଖୋର୍ଦ୍ଧାରେ ୬୧%, ଯାଜପୁରରେ ୬୨%, ଜଗତସିଂହପୁରରେ ୬୬%, ନୟାଗଡରେ ୬୭%, ଭୁବନେଶ୍ୱରରେ ଅର୍ବାନ ୭୬%, କଟକରେ ୭୬%, ସମ୍ବଲପୁରରେ ୭୭%, କେନ୍ଦୁଝରରେ ୭୮% ଟିକାକରଣ ହୋଇଛି ।

Get real time updates directly on you device, subscribe now.