fbpx

୩ ମହାରଣାଙ୍କ ସମେତ ୮ ସେବାୟତ କରୋନା ପଜିଟିଭ୍

ପୁରୀ(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ଆକ୍ରାନ୍ତ ହୋଇଛନ୍ତି । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ସେଥିରେ ନିୟୋଜିତ ସେବକମାନଙ୍କ ମଧ୍ୟରୁ କେତେକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ କରୋନା ସଂକ୍ରମିତ ସେବକଙ୍କ ମଧ୍ୟରେ ୩ଜଣ ମହାରଣା ଓ ୫ ଜଣ ଭୋଇ ସେବକ ରହିଛନ୍ତି । ଏହା ଜଣାପଡ଼ିବା ପରେ ଅନ୍ୟମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ସଂକ୍ରମିତଙ୍କ ଚିକିତ୍ସା ବ୍ୟବସ୍ଥା ସହ ଅନ୍ୟ ସେବକମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।

ଅନ୍ୟପକ୍ଷରେ କରୋନାର ୨ୟ ତରଙ୍ଗରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ପରଲୋକ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.