fbpx

ପିକଅପ୍ ଭ୍ୟାନରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ସୋରଡା (ଭାସ୍କର ନ୍ୟୁଜ୍‌): ସୋରଡ଼ା ତହସିଲ ଅନ୍ତର୍ଗତ ବଡଗଡ଼ ଥାନା ଅଞ୍ଚଳରେ ବଡଗଡ଼ ଥାନା ଇନ୍ସପେକ୍ଟର ସୁରଜ ଝଙ୍କାରଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ହୃଦୟାନନ୍ଦ କଲୋ ଓ ଷ୍ଟାଫ ଗତକାଲି ଦିନ ୧୧.୪୫ ସମୟରେ ବଡଗଡ଼ ମୋହନା ରାସ୍ତା ଡାଳଖାଇ ନିକଟରେ ବଡଗଡ଼ ପୋଲିସ ବ୍ଲକିଙ୍ଗ କରି ଗାଡି ଗୁଡିକୁ ଚେକିଂ କରୁଥିବା ସମୟରେ ଏକ ପିକଅପ ଭ୍ୟାନ ଏପି୦୪ଏକ୍ସ୯୧୮୨ ପୋଲିସକୁ ଦେଖି ଗାଡି ଦ୍ରୁତ ଗତିରେ ଚଳାଇଥିଲା ପୋଲିସ ପିଛାକରି ଗାଡିକୁ ଅଟକାଇବା ପରେ ସେଥିରେ ଗଞ୍ଜେଇ ଥିବା ଜାଣି ଭ୍ୟାନକୁ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ଓ ଅନ୍ୟ ଜଣେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇ ଯାଇଥିଲେ । ଗିରଫ ଜଣକ ହେଲେ ପେଡି ଦର ଗ୍ରାମ, ଥାନା ଆର ଉଦୟଗିରି, ଗଜପତି ଜିଲ୍ଲା ର ଥମାସ ପୂଜାରୀ । ତାଙ୍କ ନାମରେ କେସ ନମ୍ବର ୨୬୧/୨୧ ଏନ୍‌ଡିିସି ଆଇନ ଅନୁଯାୟୀ ଗାଡି ଜବତ କରିବା ସହ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛନ୍ତି ।

ତଦନ୍ତରେ ଜଣା ପଡ଼ିଛି ମୋହନାରୁ ଗଞ୍ଜାମ ଆଡକୁ ଗଂଜେଇ ଚୋରା ଚାଲାଣ କରାଯାଉଥିଲା । ୩୨୦ କେଜି ୧୧୦ ଗ୍ରାମ ଗଂଜେଇର ଜବତ ହୋଇଛି ଯାହାକି ୧୨ଟି ବସ୍ତାରେ ଥିଲା ଓ ତାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହବବୋଲି ସୂଚନା ଦେଇଛନ୍ତି ଆସ୍କା ଏସ୍ଡିିଓ ଉମାଶଙ୍କର ସିଂହ । ଆଜି ବଡଗଡ଼ ଥାନାରେ ଆସିକା ସିଡିିଓ ଥାନା ଇନ୍ସପେକ୍ଟର, ଏସ୍‌ଆଇ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଥିଲେ ।

Get real time updates directly on you device, subscribe now.