fbpx

୮୦% ମୃତ୍ୟୁ ହାର କମାଇବ ଆଷ୍ଟ୍ରାଜେନିକା ଟୀକାର ଗୋଟିଏ ଡୋଜ

ନୂଆଦିଲ୍ଲୀ, ୧୧/୦୫: ଆଷ୍ଟ୍ରାଜେନିକାର ଏକ ନୂତନ ତଥ୍ୟ ଅନୁସାରେ ଏହାର ଭ୍ୟାକ୍ସିନର କେବଳ ଗୋଟିଏ ଡୋଜ ନେବାଦ୍ୱାର କରୋନା ଜିନତ ମୃତ୍ୟୁକୁ ୮୦% ପର୍ଯ୍ୟନ୍ତ କମାଯାଇପାରିବ, ଏନେଇ ଇଂଲଣ୍ଡ ଜନସ୍ୱାସ୍ଥ୍ୟ ବିଭାଗ ସୋମବାର ସୂଚନା ଦେଇଛି । ସେ ଆହୁରି ମଧ୍ୟ କହିଛି Pfizer-BioNTech ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭ୍ୟାକ୍ସିନର ଗୋଟିଏ ଡୋଜରେ ୮୦% ଏବଂ ଏହାର ଦ୍ୱିତୀୟ ଡୋଜରେ ୯୭% ଫଳପ୍ରଦ ।

ଇଂଲଣ୍ଡ ଜନସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆଷ୍ଟ୍ରାଜେନିକାର ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ତଥ୍ୟକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ତେବେ ଏହି ଅଧ୍ୟୟନ ଡିସେମ୍ବରରୁ ଏପ୍ରିଲରେ ସାମ୍ନାକୁ ଆସିଥିବା ପଜିଟିଭ କେସ ଏବଂ ୨୮ ଦିନ ମଧ୍ୟରେ ଭ୍ୟାକ୍ସିନ ନେଇ ମଧ୍ୟ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ତଥ୍ୟକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା ।

ତେବେ ଟୀକା ନେଇନଥିବା ଲୋକଙ୍କ ତୁଳନାରେ, ଆଷ୍ଟ୍ରାଜେନିକା ଭ୍ୟାକ୍ସିନର ଗୋଟିଏ ଡୋଜ ନେଇଥିବା ପ୍ରାୟ ୫୫% ଲୋକ ସୁରକ୍ଷିତ ଏବଂ ଫାଇଜରର ଗୋଟିଏ ଡୋଜ ନେଇଥିବା ପ୍ରାୟ ୪୪% ଲୋକ ସୁରକ୍ଷିତ ଥିବା ଜଣାପଡିଛି ।ପିଏଚଇ ଏକ ବିବୃତ୍ତିରେ କହିଛି, ଜରୁରୀ କାଳୀନ ବ୍ୟବହାର ସମୟରେ ଦିଆଯାଇଥିବା ଟୀକାର ଦୁଇଟି ଡୋଜ ତୁଳନାରେ ବର୍ତ୍ତମାନର ଗୋଟିଏ ଡୋଜର ୮୦% ସହ ସମାନ । ସେପଟେ ଫାଇଜର ଏବଂ ବାୟୋଟେକ ଟୀକା ପଜିଟିଭ ହୋଇଥିବା ବ୍ୟକ୍ତିଙ୍କ ଉପରେ ପ୍ରାୟ ୬୯% ଫଳପ୍ରଦ ।

ଦେଶରେ ଟୀକାକରଣ ତ୍ୱରାନ୍ୱିତ ହେବା ପରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୋମବାର ଦିନ ଇଂଲଣ୍ଡରେ ଲକଡାଉନ୍ ପ୍ରତିବନ୍ଧକକୁ କୋହଳ କରିବାକୁ ଯାଉଛନ୍ତି । ପିଏଚଇ ଅନ୍ୟ ଏକ ବିବୃତ୍ତିରେ କହିଛି ଫାଇଜର ଏବଂ ବାୟୋଟେକ ଟିକାର ଦୁଇଟି ଡୋଜ ୮୦ବର୍ଷରୁ ଅଧିକଙ୍କ ଉପରେ ୯୩% ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.