ପ୍ରେମର ନାହିଁ ବୟସ ସୀମା: ୨୪ ବର୍ଷିୟ ପ୍ରେମିକ କୁ ୮୧ ବର୍ଷୀୟା ପ୍ରେମିକା, ସର୍ବସାଧାରଣରେ କଲେ ଏମିତି କାମ, ଲୋକେ କହିଲେ..
ପ୍ରେମର ନାହିଁ ବୟସ ସୀମା: ୨୪ ବର୍ଷିୟ ପ୍ରେମିକ କୁ ୮୧ ବର୍ଷୀୟା ପ୍ରେମିକା
ଓଡ଼ିଶା ଭାସ୍କର ଡେସ୍କ: ପ୍ରେମର କୌଣସି ବୟସ ସୀମା ନଥାଏ, ଏହି କଥା ପ୍ରାୟତଃ ଶୁଣିବାକୁ ମିଳିଥାଏ। ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓରେ ଜଣେ ୮୧ ବର୍ଷୀୟା ଫ୍ରାନ୍ସର ମହିଳା ନିଜର ୨୪ ବର୍ଷର ବୟଫ୍ରେଣ୍ଡକୁ ପ୍ରଥମ ଥର ପାଇଁ ଭେଟିବାକୁ ଅନ୍ୟ ଏକ ଦେଶରେ ପହଞ୍ଚିଛନ୍ତି। ଏୟାରପୋର୍ଟରେ ଉଭୟ ଯେଉଁଭଳି ଭାବେ ଏକାଠି ହେଉଛନ୍ତି, ତାହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଏହି ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
୨୪ ବର୍ଷିୟ ପ୍ରେମିକକୁ ୮୧ ବର୍ଷୀୟା ପ୍ରେମିକା: ଭାଇରାଲ୍ ଭିଡିଓରେ ଜଣେ ୮୧ ବର୍ଷୀୟା ମହିଳା ଏୟାରପୋର୍ଟରେ ନିଜର ୨୪ ବର୍ଷର ବୟଫ୍ରେଣ୍ଡକୁ ଭେଟୁଥିବାର ଦେଖାଯାଉଛି। ଉଭୟ ପ୍ରାୟ ଦୁଇ ବର୍ଷ ଧରି ଇଣ୍ଟରନେଟ୍ ମାଧ୍ୟମରେ ପରସ୍ପରର ସମ୍ପର୍କରେ ଥିଲେ। ଯେମିତି ହିଁ ଦୁହେଁ ସାମ୍ନା-ସାମ୍ନି ହେଇଥିଲେ, ସେତେବେଳେ ମହିଳାଜଣଙ୍କ ଖୁସିରେ ନିଜ ବୟଫ୍ରେଣ୍ଡକୁ କୁଣ୍ଢାଇ ପକାଇଥିଲେ।
ସେ ତାଙ୍କୁ ବାରମ୍ବାର ସ୍ନେହରେ ଆଲିଙ୍ଗନ କରିବା ସହ କିସ୍ କରୁଥିବାର ମଧ୍ୟ ନଜର ଆସୁଛନ୍ତି। ଭିଡିଓରେ ଦୁହେଁ ପରସ୍ପରକୁ ଭେଟି ବହୁତ ଖୁସି ଥିବା ଦେଖାଯାଉଛି। ଏୟାରପୋର୍ଟରେ ଉପସ୍ଥିତ ଲୋକମାନେ ମଧ୍ୟ ଏହି ଦୃଶ୍ୟକୁ ଚାହିଁ ରହୁଛନ୍ତି। କିଛି ଲୋକ ହସୁଥିବାର ଦେଖାଯାଉଥିବା ବେଳେ ଅନେକ ଲୋକ ନିଜ ମୋବାଇଲ୍ ଫୋନ୍ରେ ଏହି ମୁହୂର୍ତ୍ତର ଭିଡିଓ ରେକର୍ଡ କରୁଥିବାର ନଜର ଆସୁଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
Uttarakhand Govt.
କିପରି ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭ୍ ଷ୍ଟୋରୀ: ପୋଷ୍ଟ ଅନୁସାରେ, ପ୍ରାୟ ଦୁଇ ବର୍ଷ ପୂର୍ବେ ସେହି ଯୁବକଜଣଙ୍କ ଇଣ୍ଟରନେଟ୍ରେ ତାଙ୍କ ସହ ଯୋଗାଯୋଗ କରିଥିଲେ। ସେ ଜଣାଇଥିଲେ ଯେ ତାଙ୍କର କଥିତ ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି।
ମହିଳାଜଣଙ୍କ ତାଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ, ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିଥିଲା ଏବଂ ସମୟ ସହ ସେମାନଙ୍କ ସମ୍ପର୍କ ମଧ୍ୟ ମଜବୁତ ହୋଇଥିଲା। ଏହାପରେ ଦୁହେଁ ପ୍ରଥମ ଥର ପାଇଁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ମହିଳାଜଣଙ୍କ ନିଜ ବୟଫ୍ରେଣ୍ଡକୁ ଭେଟିବା ପାଇଁ ସେନେଗାଲ୍ରେ ପହଞ୍ଚିଥିଲେ, ଯେଉଁଠି ଏୟାରପୋର୍ଟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। କୁହାଯାଉଛି ଯେ, ଦୁହେଁ ସେପ୍ଟେମ୍ବର ୨୦୨୬ ରେ ବିବାହ କରିବାକୁ ଯୋଜନା ମଧ୍ୟ କରୁଛନ୍ତି।
ସୋସିଆଲ ମିଡିଆରେ ପ୍ରତିକ୍ରିୟା: ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି। କିଛି ଲୋକ ଦୁହିଁଙ୍କ ସମ୍ପର୍କକୁ ସମର୍ଥନ କରି ଲେଖିଛନ୍ତି ଯେ, ଖୁସିରେ ରହିବାର କୌଣସି ବୟସ ନଥାଏ। ଜଣେ ୟୁଜର୍ ଲେଖିଛନ୍ତି, ମହିଳାଜଣଙ୍କ ନିଜ ଜୀବନକୁ ପୂରା ବିତାଉଛନ୍ତି। ଅନ୍ୟପଟେ କେତେକ ୟୁଜର୍ ମଜାଳିଆ ଅନ୍ଦାଜରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
କିଛି ଲୋକ ଲେଖିଛନ୍ତି ଯେ ବିବାହ ପରେ ଯୁବକଜଣଙ୍କୁ ୟୁରୋପ ଯିବାର ସୁଯୋଗ ମିଳିଯିବ। ଅନେକ ଲୋକ ଦୁହିଁଙ୍କ ବୟସର ବଡ଼ ଫରକ୍କୁ ନେଇ ମଧ୍ୟ କମେଣ୍ଟ କରିଛନ୍ତି। ସେହିପରି କିଛି ୟୁଜର୍ ଏହି ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଅନେକ ଲୋକ ଦୁହିଁଙ୍କୁ ସେମାନଙ୍କର ନୂଆ ଜୀବନ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

