fbpx

ବଡ଼ ଖବର: ନିୟମିତ ହେଲେ ରାଜ୍ୟର ୮,୧୦୨ ଠିକା ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷରେ ଠିକା ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ରାଜ୍ୟର ୮ ହଜାର ୧୦୨ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ନିୟମିତ ହୋଇଛନ୍ତି । ନିୟମିତ ହୋଇଛନ୍ତି ୨୦୧୫ ଜାନୁଆରିରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ । ୬ ବର୍ଷ ୧୧ ମାସ ପରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏହା ସହ ୪୦ ହଜାର ୫୨ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦୋନ୍ନତି ପାଇଛନ୍ତି । ସମୟ ସୀମା କୋହଳ ହେବାରୁ ପଦୋନ୍ନତି ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ରାଜ୍ୟରେ ଆସନ୍ତା ୩ ତାରିଖରୁ ଖୋଲିବାକୁ ଯାଉଛି ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସ । ଏନେଇ ପୂର୍ବରୁ ଚାଲିଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର କରି ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଥିଲେ ଯେ, ‘ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି । ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ସ୍କୁଲ ଖୋଲିବା ପରେ ମୁଁ ମଧ୍ୟ ଡିଇଓଙ୍କ ସହ ବୈଠକ ନେବି । ଯେଉଁ ପିଲା ଚାହିଁବେ ଅନଲାଇନରେ ବି ପଢ଼ିପାରିବେ । ସ୍କୁଲ କ୍ୟାମ୍ପସ ସ୍ପଚ୍ଛ ରଖାଯାଇଛି । ପିଲାଙ୍କୁ ଗହଳିରୁ ଦୂରେଇ ରଖନ୍ତୁ । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ।’

Get real time updates directly on you device, subscribe now.