fbpx

ଅଚାନକ୍ ବିଜୁଳି ମାରିବାରୁ ଦିନକରେ ୮୩ ଜଣଙ୍କର ଗଲାଣି ଜୀବନ

ବିହାର,୨୫ ।୬: ବିହାରରେ ଅଚାନକ୍ ବଜ୍ରପାତ ହେବାରୁ ଗୋଟିଏ ଦିନରେ ୮୩ ଲୋକଙ୍କର ମୃତ୍ୟୁ ଘଟିସାରିଛି । ଏଭଳି ଦୁଃଖଦ ଘଟଣା ବିହାରର ଗୋପାଳଗଞ୍ଜ ସିୱାନ, ମଧୁବନୀ, ମୋତିହାରୀ, ଦରଭଙ୍ଗାରେ ଘଟିଯାଇଛି । ଅଚାନକ୍ ବଜ୍ରପାତ ଯୋଗୁଁ ପ୍ରବଳ ଧ୍ୱଂସ ମଧ୍ୟ ହୋଇଛି । ଉତ୍ତରପ୍ରଦେଶରେ ମଧ୍ୟ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ବିହାରର ୨୩ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୮୩ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।

ତେବେ ବିହାରର ସର୍ବାଧିକ ମୃତ୍ୟୁ ଭୋପାଳଗଞ୍ଜର ହୋଇଛି, ଯେଉଁଠାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ବେଳେ ସିୱାନରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମଧୁବନୀ ଓ ନୱାଦାରେ ୮ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି । ମୋତିହାରୀରେ ୨ ଜଣ ଓ ଦାରବଙ୍ଗାରେ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ସେମାନେ ସମସ୍ତେ କୃଷକ ହୋଇଥିବା ବେଳେ ଧାନ ରୋପଣ କରିବାକୁ ବାହାରିଥିଲେ । କିନ୍ତୁ ବିଜୁଳି ଖସିବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ବିଜୁଳି ମାରିବାକୁ ଜିଲ୍ଲାର ଅନେକ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି ।

Get real time updates directly on you device, subscribe now.