fbpx

ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮୫୦୦ କୋଟି ବିନିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୋଭିଡ ସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦ କୋଟି ଟଙ୍କାର ବିନିଯୋଗ କରିବା ସହ ନବୀନ କହିଛନ୍ତି ଯେ, ‘ସ୍ୱାସ୍ଥ୍ୟସେବା ହେଉଛି ମୋ ସରକାରର ପ୍ରାଥମିକ କ୍ଷେତ୍ର । ବହୁ କର୍ମଚାରୀ ନିଯୁକ୍ତି କରି ସ୍ୱାସ୍ଥ୍ୟସେବାକୁ ମଜଭୁତ କରାଯାଇଛି ।’

ଏହା ସହ କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରଂଶସା କରିଛନ୍ତି । ସମାଜରେ ଡାକ୍ତରମାନଙ୍କର ବିଶେଷ ସମ୍ମାନ ରହିଛି । କିଛି ବର୍ଷ ହେଲାଣି ଆମେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଆସୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.