fbpx

ଦିନକରେ ୫୪,୭୩୫ ଚିହ୍ନଟ, ୮୫୩ ମୃତ

ନୂଆଦିଲ୍ଲୀ,୨ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୭,୩୬୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫୪ ହଜାର ୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୩କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୫ଲକ୍ଷ ୬୭ ହଜାର ୭୩୦ ଜଣ ଚିକିତ୍ସିତ ହେଉଥିବା ବେଳେ ୧୧ଲକ୍ଷ ୪୫ହଜାର ୬୨୯ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ଦିନକରେ ୩୨୨ ମୃତ, ମୃତ୍ୟୁସଂଖ୍ୟା ୧୫,୩୧୬କୁ ବୃଦ୍ଧି ପାଇଛି । ସେହିପରି ତାମିଲନାଡୁରେ ଦିନକରେ ୯୯ ମୃତ, ମୃତ୍ୟୁସଂଖ୍ୟା ୪ ହଜାର ୩୪କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.