fbpx

ଭୁବନେଶ୍ୱରର NALCOରେ ବାହାରିଲା ଚାକିରି, ଡିସେମ୍ବର ୭ ପୂର୍ବରୁ କରନ୍ତୁ ଆପ୍ଲାଏ

ଭୁବନେଶ୍ୱର ସ୍ଥିତ ନ୍ୟାସନାଲ ଆଲୁମିନିୟମ ଲିମିଟେଡ କମ୍ପାନୀ (ନାଲକୋ) ପକ୍ଷରୁ ଏକ ଭଲ ଚାକିରି ସୁଯୋଗ ଆସିଛି । ବିଭିନ୍ନ ବର୍ଗରେ ମୋଟ ୮୬ଟି ପଦବୀ ବାହାରିଥିବା ବେଳେ ଆବେଦନ କରିବାର ଅନ୍ତିମ ଦିବସ ଆସନ୍ତା ଡିସେମ୍ବର ୭ ତାରିଖ ରହିଛି । ଏହି ଚାକିରି ପାଇଁ ଇଚ୍ଛୁକ ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରକାଶିତ ବିଜ୍ଞାପନରେ ଡେପୁଟି ଜେନେରାଲ ମ୍ୟାନେଜର (ଏଚଆରଡି), ଜେନେରାଲ ମ୍ୟାନେଜର (ଏଚଆଣ୍ଡଏ), ଗ୍ରୁପ ଜେନେରାଲ ମ୍ୟାନେଜର (ଏଚଆଣ୍ଡଏ), ମ୍ୟାନେଜର (ସିଷ୍ଟମସ), ଜେନେରାଲ ମ୍ୟାନେଜର (ସିଭିଲ), ଜେନେରାଲ ମ୍ୟାନେଜର (ଲ), ସିନିୟର ଜେନେରାଲ ମ୍ୟାନେଜର (ଲ), ଡେପୁଟି ମ୍ୟାନେଜର (ଫାଇନାନ୍ସ), ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (ଫାଇନାନ୍ସ), ଡେପୁଟି ଜେନେରାଲ ମ୍ୟାନେଜର (ମାଇନିଂ), ଡେପୁଟି ମ୍ୟାନେଜର (ଜିଓଲୋଜି), ସିନିୟର ମ୍ୟାନେଜର (ମାର୍କେଟିଂ), ସିନିୟର ମ୍ୟାନେଜର (ମ୍ୟାଟେରିଆଲ୍ସ), ଡେପୁଟି ମ୍ୟାନେଜର (ହର୍ଟିକଲଚର) ଆଦି ବିଭିନ୍ନ ପ୍ରକାର ପଦବୀ ରହିଛି । ପ୍ରାର୍ଥୀଙ୍କ ବୟସ ଓ ଅଭିଜ୍ଞତା ୦୭.୧୨.୨୦୨୧ ସୁଦ୍ଧା ଗ୍ରହଣ ଯୋଗ୍ୟ ହେବ । ଅନଲାଇନରେ ଆବେଦନ ପରେ ଶର୍ଟ ଲିଷ୍ଟେଡ ପ୍ରାର୍ଥୀମାନଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ ପରେ ପର୍ସନାଲ ଇଣ୍ଟରଭ୍ୟୁ/ ଗ୍ରୁପ୍ ଡିସକସନ ହେବ । ପ୍ରାର୍ଥୀମାନଙ୍କୁ ଆବେଦନ ପାଇଁ କୌଣସି ଆପିଲିକେସନ ଫି ଦେବାକୁ ପଡ଼ିବ ନାହିଁ । ଏସସି/ ଏସଟି ପ୍ରାର୍ଥୀଙ୍କ ଅଭିଜ୍ଞତା କ୍ଷେତ୍ରରେ ୧ ବର୍ଷର କୋହଳ କରାଯିବ ।

ଅନଲାଇନ ଆବେଦନ ଲିଙ୍କ: www.nalcoindia.com

ନୋଟିଫିକେସନ ଲିଙ୍କ: https://mudira.nalcoindia.co.in/iorms/UploadData/Advertisement/637717232934495595_Final%20Advt%2005112021.pdf

Get real time updates directly on you device, subscribe now.