fbpx

ଖୁବଶୀଘ୍ର ରାଜ୍ୟବାସୀଙ୍କୁ ବଣ୍ଟନ କରାଯିବ ୯ ଲକ୍ଷ ଆବାସ ଘର: ପ୍ରତି ବ୍ଲକରେ ନିର୍ମାଣ ହେବ ମିଶନ ଶକ୍ତି କାଫେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ରାଜ୍ୟବାସୀଙ୍କୁ ବଣ୍ଟାଯିବ ୯ ଲକ୍ଷ ଆବାସ ଘର । ବହୁ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ନେଇ ପୂର୍ବରୁ ବହୁ ଅଭିଯୋଗ ଆସିବା ପରେ ଏନେଇ ତର୍ଜମା କରାଯାଇଥିଲା । ରାଜ୍ୟକୁ ଆସିଥିବା ଆବାସକୁ ଖୁବଶୀଘ୍ର ଆବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏନେଇ ସୂଚନା ଦେଇଛନ୍ତି ।

ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ବ୍ଲକରେ ମିଶନ ଶକ୍ତି କାଫେ ନିର୍ମାଣ କରାଯିବା ସହିତ କାର୍ଯ୍ୟକ୍ଷମ ହେବ । ଏଥିସହିତ ପ୍ରତି ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ କରାଯିବ । ବିଭିନ୍ନ ସ୍ଥାନରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ସରକାରୀ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ମିଶନ ଶକ୍ତି ଗୋଷ୍ଠୀକୁ ହସ୍ତାନ୍ତର କରାଯିବ । ସମସ୍ତ ଘରକୁ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଏବେ ୬୧ ପ୍ରତିଶତ ଗ୍ରାମୀଣ ପରିବାରକୁ ଟ୍ୟାପେ ଯୋଗ ପାନୀୟ ଜଳ ଯୋଗାଣ କରାଯାଇଛି । ୫୭ ହଜାର କୋଟି ଟଙ୍କା ବ୍ୟୟରେ ୨୦୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ଓ ୧୩ ହଜାର ସିଙ୍ଗଲ ଭିଲେଜ ପାଇପ ଜଳ ଯୋଗାଣ ହାତକୁ ନିଆଯାଇଛି । ଗତ ୪ ବର୍ଷ ମଧ୍ୟରେ ରାଜ୍ୟ ମନରେଗା କାର୍ଯ୍ୟ ଆଗକୁ ନେବା କ୍ଷେତ୍ରରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇଛି । ଶ୍ରେଷ୍ଠ ଜିଲ୍ଲା ଓ ଶ୍ରେଷ୍ଠ ବ୍ଲକ ପୁରସ୍କାର ସମେତ ୬ଟି ପୁରସ୍କାର ଜିତି ଓଡ଼ିଶା ଜାତୀୟ ସ୍ତରରେ ଗୌରବ ହାସଲ କରିଛି ବୋଲି ମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.