ପାକିସ୍ତାନର ଭେଳା ବୁଡିଲା; ଭାରତରେ ଲୁଚି ପଶୁଥିଲେ ପାକିସ୍ତାନୀ, ଧରିନେଲା ସେନା…

୯ ପାକିସ୍ତାନୀ ଅଟକ ସମୁଦ୍ରରେ ଲୁଚି ଭାରତ ଆସୁଥିଲେ...

ଓଡିଶା ଭାସ୍କର: ଚାଲିଥିଲା କି କିଛି ବଡ଼ ଯୋଜନା। କାହିଁକି ଭାରତରେ ପଶୁଥିଲେ ୯ ପାକିସ୍ତାନୀ। ଗୁଜୁରାଟ ପୋରବନ୍ଦର ଉପକୂଳରୁ ଜବତ ହେଲା ପାକିସ୍ତାନୀ  ମାଛ ଧରା ବୋଟ୍। ଅଟକ ହେଲେ ୯  ପାକିସ୍ତାନୀ। ମାଛ ଧରାଳି ଭାବେ ବେଆଇନରେ ସମୁଦ୍ର ପଥ ଦେଇ ଭାରତକୁ ପ୍ରବେଶ କରୁଥିବା ବେଳେ ଏମାନେ ଧରାପଡିଥିଲେ।

ଆରବ ସାଗର ଦେଇ ଆସୁଥିଲା ଅଲମଦିନା ବୋଟ୍ ଜବତ କଲା ଭାରତୀୟ ସେନା। ସନ୍ଦେହ କରି ଜବତ କରିବା ପରେ ଜଣାପଡିଲାସବୁ ସତ। ସେଥିରେ ନଅ ପାକିସ୍ତାନୀ ଥିବାର ଖବର ମିଳିଥିଲା।  ଅଧିକ ତନାଘନା ପରେ ଜଣାପଡିବ ସବୁ ସତ। କାହିଁକି ଏମାନେ ଭାରତ ପଶୁଥିଲେ ଓ କଣ ରହିଥିଲା ଏମାନଙ୍କ ଉଦ୍ଦେଶ୍ଯ । କୋଷ୍ଟ ଗାର୍ଡରେ ଏହି ସଫଳ ମିଶନ ପାଇଁ ଅନେକ ପ୍ରଶଂସା ମଧ୍ୟ ମିଳିସାରିଲାଣି।

ଗତକିଛି ଦିନ ଆଗରୁ ଭାରତର ଗୁଇନ୍ଦା ବିଭାଗରୁ ସୂତନା ମିଳିଥିଲା କି ଭାରତରେ ଆଇଇଡି ବିସ୍ଫୋରଣ କରିବା ନେଇ ଲସ୍କର-ଇ-ତାଇବା ଗୋଷ୍ଠୀ କିଛି ଗୋଟାଏ ବଡ଼ ଯୋଜମନା କରୁଛି। ଏଣୁ ଆଗୁଆ ପ୍ରଶାସନକୁ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଥିଲା। ଅନ୍ଯପଟେ ଯଦି ଦେଖିବା ଅପରେସନ ସିନ୍ଦୁର ପରେ ଏବେ ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ଚାହିଁ ବସିିଛି ପାକିସ୍ତାନ।

କେବଳ ସେତିକି ନୁହେଁ ଆଗରୁ ମଧ୍ୟ ଏହି ପଡୋଶୀ ଶତ୍ରୁ ରାଷ୍ଟ୍ର ଭାରତ ଉପରେ ସବୁବେଳେ ନଜର ରଖି ଆସୁଛି। ଏପରିକି ପେହଲଘାମ ଆକ୍ରମଣ ଠାରୁ ଆରମ୍ଭ କରି ଅନେକ ଆତଙ୍କୀ ହମଲାରେ ପାକିସ୍ତାନରେ ଥିବା ଆତଙ୍କୀ ସଙ୍ଗଠନର ହାତ ଥିବା ମଧ୍ୟ ଜଣାପଡିଥିଲା। ତେବେ ଏସବୁକୁ ନଜରରେ ରଖି ପ୍ରଶାସନ ଆଗୁଆ ସତର୍କ ମଧ୍ୟ ରହିଛି। ଏମାନଙ୍କୁ ପଚରାଉଚରା କରିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡିଛି।