ଛାତ୍ରଛାତ୍ରୀ ଧ୍ୟାନ ଦେବେ, ଏଣିକି ପରୀକ୍ଷା କେନ୍ଦ୍ରକୁ ନେଇ ହେବ ବହି ଓ ନୋଟ ବୁକ, ଏମିତି ହେବ ଏକ୍ସାମ…..
ଛାତ୍ରଛାତ୍ରୀ ଧ୍ୟାନ ଦେବେ, ଏଣିକି ପରୀକ୍ଷା କେନ୍ଦ୍ରକୁ ନେଇ ହେବ ବହି ଓ ନୋଟ ବୁକ, ଏମିତି ହେବ ଏକ୍ସାମ.....
ଓଡିଶା ଭାସ୍କର: ବହି ନିଅ, ପରୀକ୍ଷା ଦିଅ। ଯାହାଫଳରେ ଆସିବ ଅଧିକ ମାର୍କ । ପରୀକ୍ଷାରେ ବହି ଦେଖି ଉତ୍ତର ଲେଖିପାରିବେ ଛାତ୍ରଛାତ୍ରୀ । ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ମାତ୍ର ଏ ଖବର ବାସ୍ତବିକ ସତ । କ’ଣ ଚମକି ପଡ଼ିଲେ କି ? ସାଧାରଣତଃ ଆମେ ଜାଣୁ ଯେ, ପରୀକ୍ଷାରେ କେବଳ ପ୍ରଶ୍ନ ପତ୍ର ମିଳିବ । ତାକୁ ହିଁ ଦେଖି ପିଲା ପରୀକ୍ଷା ଦେବେ । ହେଲେ ଏବେ ଏଥିରେ ପରିବର୍ତ୍ତନ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ବହି ଓ ନୋଟ୍ ବୁକ୍ ନେଇ ଯାଇ ପାରିବେ । କେବଳ ଯାଇ ପାରିବେନି ବରଂ ବହି କିମ୍ବା ନୋଟ୍ ବୁକ୍ ଦେଖି ଉତ୍ତର ବି ଲେଖିପାରିବେ।
ପ୍ରକାଶଥାଉ ଯେ, ବଦଳିବାକୁ ଯାଉଛି ସିବିଏସଇ ପରୀକ୍ଷା ଢାଞ୍ଚା । ଲାଗୁ ହେବ ଓପନ ବୁକ୍ ପରୀକ୍ଷା । ଅର୍ଥାତ, ବହି ଓ ଖାତା ରଖି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଯାହା ସତ ହେବାକୁ ଯାଉଛି । ପରୀକ୍ଷା କେନ୍ଦ୍ରରେ ପିଲାମାନେ ବହି ସହ ଲାଇବ୍ରେରୀ ମ୍ୟାଟେରିଆଲ ମଧ୍ୟ ନେଇପାରିବେ । ଆଉ ପରୀକ୍ଷା ସମୟରେ ଉତ୍ତର ଲେଖିବା ପାଇଁ ଏହାର ବ୍ୟବହାର କରିପାରିବେ ।
ତେବେ ପୁସ୍ତକର ସହାୟତା ନେଲେ ବି ଉତ୍ତର ଲେଖିବାକୁ ସିଧାସଳଖ କପି ନ କରି ପିଲା କେମିତି ଏହାକୁ ନିଜ ଅନ୍ଦାଜରେ କେମିତି ଭାବରେ ଲେଖୁଛନ୍ତି, ତାକୁ ହିଁ ଦେଖି ମାର୍କ ମିଳିବ । ଭାଷା, ଗଣିତ, ବିଜ୍ଞାନ ଭଳି ବିଷୟରେ ନିୟମ ଲାଗୁ ହେବ । ଶିକ୍ଷାବର୍ଷ ୨୦୨୬-୨୭ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଆଉ ନବମ ଶ୍ରେଣୀ ପିଲା ଦେବେ ଓପନ୍ ବୁକ୍ ପରୀକ୍ଷା ।
ଅଧିକ ପଢନ୍ତୁ….
ମୋହନଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, କେମିତି ଉତ୍ତର ରଖିବେ ରାଜ୍ୟ ସରକାର…
ଛାତ୍ରଛାତ୍ରୀ ସାଧାରଣ ପରୀକ୍ଷା ଢାଞ୍ଚାରୁ ବାହାରିବେ । ଉଚ୍ଚସ୍ତରୀୟ ଚିନ୍ତାଧାରା ଓ ପରୀକ୍ଷଣ କରିବାରେ ସାହାଯ୍ୟ କରିବ ଓପନ୍ ବୁକ୍ ପରୀକ୍ଷା । ଓପନ ଟେକ୍ସଟ୍ ବେସଡ୍ ଆସେସମେଣ୍ଟ ପାଠ୍ୟକ୍ରମ ଦେଇଛି ସିବିଏସଇ। ପରୀକ୍ଷା ସମୟରେ କେସ୍ ଷ୍ଟଡି ପାଠ୍ୟକ୍ରମ ସାମଗ୍ରୀ ଆଣିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବ ଅନୁମତି । ନୋଟ୍ କିମ୍ବା ପାଠ୍ୟପୁସ୍ତକକୁ ଅନୁସରଣ କରିପାରିବେ ଛାତ୍ରଛାତ୍ରୀ । ଅର୍ଥାତ ବହି ଦେଖି କିମ୍ବା ନୋଟ୍ କପି ଦେଖି ଉତ୍ତର ଲେଖିପାରିବେ ଛାତ୍ରଛାତ୍ରୀ । ଏହା ଦ୍ବାରା ଛାତ୍ରଛାତ୍ରୀଙ୍କ ଚିନ୍ତା ଶକ୍ତି ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ପାଠପଢ଼ାରେ ଘୋଷିବା ପଦ୍ଧତିରୁ ନିବୃତ୍ତ ରହିବେ ବୋଲି ଆଶା କରାଯାଉଛି । ତେବେ ସିବିଏସଇର ଏ ନୂଆ ପରୀକ୍ଷା ଢାଞ୍ଚାକୁ ନେଇ ଏବେ ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କ ମଧ୍ୟରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି ।