fbpx

୧୪ବର୍ଷର ଝିଅ ଖାଉଥିଲା ନିଜ ମୁଣ୍ଡର ଚୁଟି, ପେଟରୁ ବାହାରିଲା ୩ କିଲୋ କେଶ

ଚୀନ: କିଛି ଲୋକ ଅଛନ୍ତି ଯିଏ ନିଜ ଚୁଟିକୁ ଛିଣ୍ଡାଇ ଖାଇବାକୁ ପସନ୍ଦ କରନ୍ତି । ଏହି ରୋଗ ସଂମ୍ପୃକ୍ତ ଏକ ମାମଲା ମୁମ୍ବାଇରେ କିଛି ଦିନ ତଳେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହିପରି ଏକ ଘଟଣା ଚୀନରେ ଦେଖିବାକୁ ମିଳିଛି । ଏକ ଚଉଦ ବର୍ଷିୟ ଝିଅକୁ ବହୁ କଷ୍ଟରେ ବଂଚା ଯାଇଛି । ସେହି ଝିଅ ପେଟରୁ ୩କେଜି କେଶ ଅପରେସନ ଦ୍ୱାରା କଢା ଯାଇଛି । ଏହାକୁ କାଢିବା ପାଇଁ ପୂରା ଡ଼ାକ୍ତର ଟିମକୁ ବହୁ ସମୟ ଲାଗିଥିଲା ।

ସୂଚନା ଅନୁଯାୟୀ, ସାଉଥ ଚାଇନାରେ ଏହି ଝିଅଟିର ଅବସ୍ଥା ସାଂଘାତିକ ହୋଇ ଯାଇଥିଲା । ଝିଅଟି ନିଜ ମୁଣ୍ଡ ଚୁଟିକୁ ଛିଣ୍ଡାଇ ଖାଇ ପକାଉଥିଲା । ରିପୋର୍ଟ ମୁତାବକ ଝିଅଟି ତା ଜେଜେବାପା ଏବଂ ଜେଜେ ମାଆଙ୍କ ପାଖେ ରହୁଥିଲା । ଛୋଟବେଳୁ ଜେଜେ ମାଆ ଓ ଜେଜେ ବାପା ତାଙ୍କର ଲାଳନ ପାଳନ କରୁଥିଲେ । ଝିଅର ବାପା ମାଆ କାମ କରିବାକୁ ବାହାରକୁ ଚାଲିଯାଇଛନ୍ତି । ତାଙ୍କର ଚିତ୍କିସା ଜିଆନ ଡେକ୍ସିଙ୍ଗ ହସପିଟାଲରେ ହେଉଥିଲା । ସେଠାରେ ଅପରେସନ କରୁଥିବା ଡ଼ାକ୍ତର କହିଛନ୍ତି ଯେ, ତାଙ୍କ ପେଟରେ କିଛି ଜାଗା ନଥିଲା, ସବୁଆଡେ କେବଳ ଚୁଟି ହିଁ ଚୁଟି ଥିଲା ।

ଦୁଇ ଘଣ୍ଟା ପର୍ଯ୍ୟନ୍ତ ସର୍ଜରୀ ଚାଲିବା ପରେ ଅପେରେସନ ସଫଳ ହେଲା । ଝିଅଟିର ପେଟ ଏବଂ ଅନ୍ତରେ ଏକ ମୋଟା ଚୁଟି ଗୁଡ଼ାଇ ହୋଇଯାଇଥିଲା । ଏହା ଏକ ଇଟା ସଦୃଶ ହୋଇଯାଇଥିଲା ପେଟରେ । ଝିଅଟି ଖାଦ୍ୟ ଖାଇ ନପାରୁଥିବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ହେଲେ ଡାକ୍ତର ଯେତେବେଳେ ଝିଅର ଟ୍ରିଟମେଣ୍ଟ କରି ଜାଣିଲେ ତା ପେଟରେ ଚୁଟି ଗୁଡ଼ାଇ ହୋଇ ଆଉ ଜାଗା ନାହିଁ । ଯାହା ଫଳରେ ସେ ଖାଦ୍ୟ ଖାଇପାରୁ ନଥିଲେ ।

ଅଖାଦ୍ୟ କୁ ଖାଇବା ପାଇଁ ଇଛା ପ୍ରାୟତଃ ପିଲାମାନଙ୍କ ମଧ୍ୟରେ ଦେଖା ଦେଇଥାଏ । ଡ଼ାକ୍ତର ଏହାକୁ ନେଇ କହିଛନ୍ତି ଯେ, ଝିଅଟି ନିଜ ଜେଜେ ବାପା , ଜେଜେ ମାଆଙ୍କ ପାଖେ ରହୁଥିଲା । ଯେଉଁମାନେ ଏହି ଝିଅର ବ୍ୟବହାରକୁ ଅଣଦେଖା କରୁଥିବେ । ଏପରି ବି ହୋଇପାରିବ, ସେ ମାନସିକ ରୋଗରେ ବି ଆକ୍ରନ୍ତ ହୋଇ ପାରନ୍ତି ଯାହାଦ୍ୱାରା ସେ ଅଖାଦ୍ୟକୁ ସେବନ କରୁଥିଲେ ।

Get real time updates directly on you device, subscribe now.