ସାବଧାନ୍! ଆମେରିକା ଯାଉଥିଲେ ଜାଣନ୍ତୁ ଏହି ଖବର; ଆଗୁଆ ହୁଅନ୍ତୁ ସତର୍କ, ଆମେରିକାରୁ ଗାଏବ ହୋଇଛନ୍ତି ଜଣେ ୨୨ ବର୍ଷୀୟ ଭାରତୀୟ…
ଆମେରିକାରେ ଗାଏବ ହେଉଛନ୍ତି ଭାରତୀୟ !
ଓଡିଶା ଭାସ୍କର: ଆମେରିକାରୁ ଗାଏବ ହୋଇଗଲେ ଜଣେ ଭାରତୀୟ ଛାତ୍ର। ଆମେରିକାର କାର୍ଲିଫର୍ଣ୍ଣିଆ ରାଜ୍ଯରୁ ଜଣେ ଭାରତୀୟ ଛାତ୍ର ଗାଏବ ହୋଇଯିବା ଘଟଣା ନେଇ ଚାଞ୍ଚଲ୍ଯ ସୃଷ୍ଟି ହୋଇଛି। ବିଦେଶରେ ରହି ସ୍ନାତକୋତର କରୁଥିବା ଭାରତୀୟ ଛାତ୍ର ଜଣକ ଏବେ ହଠାତ୍ କୁଆଡେ ନିଖୋଜ ହୋଇଯାଇଥିଲେ।
ତାଙ୍କ ପତ୍ତା ନ ମିଳିବାରୁ ସାଙ୍ଗମାନେ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପରେ ପୋଲିସ ଖୋଜାଖୋଜି କରିବାରୁ ସସପେନ୍ସ ମଧ୍ୟ ବଢିଥିଲା। ଏକ ରୁମ ବାହାରୁ ତାଙ୍କର ପାସପୋର୍ଟ ମିଳିଥିଲା। ଏହାସହ ଅନ୍ଯାନ୍ଯ ଡକୋମେଣ୍ଟ ମିଳିଥିଲା ମାତ୍ର ଦୀର୍ଘ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ଭାରତୀୟ ଛାତ୍ରଙ୍କ ବାବଦରେ କିଛି ଜଣାପଡୁନାହିଁ।
ନିଖୋଜ ଛାତ୍ରଙ୍କ ନାମ ସାକେତ ଶ୍ରୀନିବାସାୟ, ସେ କର୍ଣ୍ଣାଟକର ବାସିନ୍ଦା। ସେ ୟୁସି ବର୍କଲି (କଲିଫର୍ନିଆ ବିଶ୍ୱବିଦ୍ୟାଳୟ, ବର୍କଲି)ର ଛାତ୍ର। ସାକେତ ଗତ ମଙ୍ଗଳବାରଠାରୁ ନିଖୋଜ ଅଛନ୍ତି।
ନିଖୋଜ ଛାତ୍ରଙ୍କ ପାସପୋର୍ଟ ଏବଂ ଲାପଟପ୍ ଯେଉଁଥିରେ ରହିଥିଲା ତାହା ପାର୍କ ହିଲ୍ସ ଅଞ୍ଚଳର ଏକ ଘର ବାହାରୁ ମିଳିଛି। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ତାଙ୍କ ନିଖୋଜ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ଭାରତୀୟ ଦୂତାବାସ ଚିନ୍ତିତ: ଭାରତୀୟ ଦୂତାବାସ ଟ୍ୱିଟରରେ ପୋଷ୍ଟ କରିଛି, “ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାସିନ୍ଦା ସାକେତ ଶ୍ରୀନିବାସାୟଙ୍କ ନିଖୋଜ ବିଷୟରେ ଗଭୀର ଚିନ୍ତିତ। ସାକେତ ୟୁସି ବର୍କଲିରେ ଜଣେ ଭାରତୀୟ ସ୍ନାତକୋତ୍ତର ଛାତ୍ର ଏବଂ କର୍ଣ୍ଣାଟକ ରାଜ୍ୟରେ ତାଙ୍କ ଘର।”
ଦୂତାବାସ ପରିବାର ସହିତ ଯୋଗାଯୋଗରେ ଅଛି ଏବଂ ଛାତ୍ରଙ୍କୁ ଖୋଜିବା ପାଇଁ ସମ୍ପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଯୋଗାଯୋଗ କରୁଛି। ପୋଲିସ ଅନୁଯାୟୀ, ଶ୍ରୀନିବାସାୟଙ୍କୁ ଶେଷ ଥର ପାଇଁ 1700 ବ୍ଲକ ଡ୍ୱାଇଟ୍ ୱେରେ ଦେଖାଯାଇଥିଲା। ସେଠାରୁ ହିଁ ତଦନ୍ତ ଆରମ୍ଭ ହୋଇସାରିଛି।
ପୋଲିସ ନିଖୋଜ ଛାତ୍ରଙ୍କୁ ନେଇ କଣ କହିଛି: ପୋଲିସ ନିଖୋଜ ଛାତ୍ରଙ୍କୁ ବିପଦପୂର୍ଣ୍ଣ ଭାବରେ ବର୍ଗୀକୃତ କରିଛି ଏବଂ ସେ କେସ ବାବଦରେ ବର୍ଣ୍ଣନା କରିଛି।
ଶ୍ରୀନିବାସାୟ ରାସାୟନିକ ଏବଂ ବାୟୋମୋଲିକୁଲାର ଇଞ୍ଜିନିୟରିଂରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ ଏବଂ 2025 ମସିହାରେ IIT ମାଡ୍ରାସରୁ ବି.ଟେକ୍ ସମାପ୍ତ କରିଥିଲେ।
ତେବେ ତାଙ୍କ ନିଖୋଜ ହେବାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ପତ୍ତା ନମିଳିବାରୁ ପୋଲିସ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଛି। ପୋଲିସ କହିବା ମୁତାବକ ଏଯାଏଁ ସେଭଳି କିଛି ଠୋଶ ପ୍ରମାଣ ମିଳିନାହିଁ। ଏଣୁ ଏହି କେସ ହ୍ଯାଣ୍ଡେଲ କରିବା ପୋଲିସ ପାଇଁ ମଧ୍ୟ ଚ୍ଯାଲେଞ୍ଜ ସୃଷ୍ଟି କରୁଛି।
