ଥରିଲା ପାକିସ୍ତାନ, ଆସିଲା ବଡ ଧରଣର ଭୂକମ୍ପ, ଘର ଛାଡି ଦୌଡିଲେ ଲୋକେ, କେତେ ରହିଛି ତୀବ୍ରତା?

ଥରିଲା ପାକିସ୍ତାନ, ଘର ଛାଡି ଦୌଡିଲେ ଲୋକେ

ପାକିସ୍ତାନ : ପାକିସ୍ତାନକୁ ପୁଣି ଭୂକମ୍ପ ଝଟକା । ପାକିସ୍ତାନର ସ୍ୱାତ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାକିସ୍ତାନର ଖାଇବର ପଖତୁନଖ୍ୱା ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଲୋକମାନେ ଭୟରେ ଘର ଛାଡି ରାସ୍ତା ଉପରକୁ ଦୌଡିଥିଲେ । 

ରିକ୍ଟର ସ୍କେଲରେ ତୀବ୍ରତା: ପ୍ରାରମ୍ଭିକ ତଥ୍ୟ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା। ଏହାର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ପର୍ବତମାଳାରେ ବୋଲି ଅନୁମାନ କରାଯାଉଛି। 

ଏଥିସହ ଭୂମିକମ୍ପର କେନ୍ଦ୍ରସ୍ଥଳ ୨୨୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଥିଲା। ଫଳସ୍ୱରୂପ, ଭୁମି ଉପରେ ଏହାର ପ୍ରଭାବ ତୁଳନାତ୍ମକ ଭାବରେ କମ୍ ଥିଲା। ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।