fbpx

ଜନ୍ମ ନେଲା ଅଜବ ଶିଶୁ: ଚାରିଟି ହାତ ଚାରିଟି ଗୋଡ ଦେଖି ଲୋକେ କହିଲେ ଏମିତି….

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ ଜନ୍ମ ନେଇଛି ଏକ ଅଜବ ଶିଶୁ । ଏହି ନବଜାତ ଶିଶୁକୁ ଦେଖି ଡାକ୍ତରଙ୍କ ସମେତ ସ୍ଥାନୀୟ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତି କି ଡାକ୍ତରଖାନାରେ ଏହି ଶିଶୁକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗଯାଇଛି । ତେବେ ଏହି ଶିଶୁକୁ ଦେଖିବା ପରେ ଏହାକୁ ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି ଦେଖଣାହାରୀ । କାରଣ ପିଲାଟିର ଚାରିଟି ହାତ ସହିତ ଚାରିଟି ଗୋଡ ମଧ୍ୟ ରହିଛି ।

ତେବେ ଡାକ୍ତର ଏହାକୁ ଯାଆଁଳା ପିଲାର ଜନ୍ମ ଘଟଣା ବୋଲି କହିଛନ୍ତି । ଉଭୟ ପିଲାଙ୍କ ମଧ୍ୟରୁ ଜଣଙ୍କ ଶରୀର ଠିକ ଭାବେ ବିକଶିତ ହୋଇ ନ ପାରିବାରୁ ଗୋଟିଏ ପିଲାର ଅତିରିକ୍ତ ହାତ ଏବଂ ଗୋଡ ହୋଇଯାଇଛି । ହରଦୋଇ ଜିଲ୍ଲା ଶାହବାଦ କମ୍ୟୁନିଟି ହେଲଥ ସେଣ୍ଟରରେ ହୋଇଛି । ଜନ୍ମ ସମୟରେ ପିଲାର ଓଜନ ପ୍ରାୟ ୩ କିଲୋଗ୍ରାମ ହୋଇଥିବା ନେଇ ଜଣାଯାଇଛି । ସୂଚନା ଅନୁସାରେ, ଗତ ଜୁଲାଇ ୨ ତାରିଖରେ କରୀନାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ଶାହବାଦରୁ ହରଦୋଇ ଏବଂ ପରେ ଲକ୍ଷେ୍ନø ସ୍ଥାନାନ୍ତର କରାଯାଇଥିଲା ।

ତେବେ ଏହିଭଳି ଏକ ଘଟଣା ଗତ ଜାନୁୟାରୀ ୧୭ ତାରିଖରେ ବିହାର ଅଞ୍ଚଳରେ ଦେକିବାକୁ ମିଳିଥିଲା । ବିହାରର କଟିହାର ଅଞ୍ଚଳରେ ୪ଟି ହାତ ଏବଂ ୪ଟି ଗୋଡ ଥିବା ଶିଶୁ ଜନ୍ମ ହୋଇଥିଲା । ସେହିପରି ଗୋପାଳଗଞ୍ଜରେ ୨୦୨୧ ଡିସେମ୍ବର ମାସରେ ଜନ୍ମ ନେଥିବା ଏକ ଶିଶୁର ୩ଟି ହାତ ଏବଂ ୩ଟି ଗୋଡ ଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.