fbpx

କ’ଣ ହେବ ପୃଥିବୀର ଭବିଷ୍ୟତ? ଆଷ୍ଟ୍ରଏଡ ସହ ସ୍ପେସକ୍ରାଫ୍ଟର କରାଯିବ ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ: ନିଜର ଡବଲ ଆଷ୍ଟ୍ରଏଡ ରେଡିଏସନ ଟେଷ୍ଟ ଦ୍ୱାରା ଏକ ବିରାଟ ବିସ୍ଫୋରଣ କରିବାକୁ ଯାଉଛି ନାସା । ଆସନ୍ତା ସପ୍ତାହରେ ମୁନଲେଟ ଡିମୋଫୋର୍ସ ସହ ଧକ୍କା ହେବାକୁ ଯାଉଛି ଏକ ସ୍ପେସକ୍ରାଫ୍ଟ । ତେବେ ଏହି କାମ କରିବ ଆମେରିକା ସ୍ପେସ ଏଜେନ୍ସି ନାସା । ଏହାକୁ ଧକ୍କା କରି ଡିଏଆରଟି ମିସନ ଦ୍ୱାରା ନାସା ଆଷ୍ଟ୍ରଏଡର ଗତିପଥ ବଦଳାଇବା ପାଇଁ ଚେଷ୍ଟା କରିବ । ତେବେ ଏହା ଫଳରେ ପୃଥିବୀକୁ ବିପଦ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ଡାର୍ଟ ମିସନର ଯାଞ୍ଚ କରିବା ପାଇଁ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ହେରା ମିସନ ଉପରେ ନିର୍ଭର କରିବ । ଏ ସମ୍ପର୍କରେ ନାସା ଦ୍ୱାରା ହୋଇଥିବା ହୋଇଥିବା ସମସ୍ତ ତଥ୍ୟ ଏବେ ୟୁରୋପର ସ୍ପେସ ଏଜେନ୍ସିକୁ ମିଳିଛି । ତେବେ ବିଶ୍ୱର ଆଷ୍ଟ୍ରୋନାଟର୍ସମାନେ ମିଶି ଏହାର ବେିଶ୍ଳେଷଣ କରିବେ ବୋଲି କହିଛି ସ୍ପେସ ଏଜେନ୍ସି । ଏହି ମିସନ ଜରିଆରେ ଭବିଷ୍ୟତରେ ପୃଥିବୀ ସହ ହେବାକୁ ଥିବା ଧକ୍କା ଏବଂ ଏହାକୁ ନେଇ ପ୍ରସ୍ତୁତିର ହିସାବ କରିପାରିବ ନାସା । ତେବେ ୨୦୨୬ ମଧ୍ୟରେ ଆଷ୍ଟ୍ରଏଡରେ ଡାର୍ଟ ସଠିକ ପ୍ରଭାବ ମାପିବା ହେଉଛି ଏହାର ପ୍ରଥମ ଲକ୍ଷ୍ୟ ।

ଏହି ଟେଷ୍ଟ ସମୟରେ ଆଷ୍ଟ୍ରଏଡ ଏବଂ ସ୍ପେସକ୍ରାଫ୍ଟ ମଧ୍ୟରେ ଏକ ଜୋରଦାର ଟକ୍କର ହେବାକୁ ଯାଉଛି । ନାସା ଅନୁସାରେ, ୬୧୦ କିଲୋଗ୍ରାମର ସ୍ପେସକ୍ରାଫ୍ଟ ୨୨,୫୦୦ କ.ମି ପ୍ରତି ଘଣ୍ଟା ଗତିରେ ଆଷ୍ଟ୍ରଏଡ ସହ ଧକ୍କା ହେବ ।

Get real time updates directly on you device, subscribe now.