fbpx

ଭାରତୀୟ ଟିମ୍‌କୁ ବଡ଼ ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ଏହି ତାରକା ଖେଳାଳି

ନୁଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପୁର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଓପନର ବ୍ୟାଟ୍ସମ୍ୟାନ୍ ରୁତୁରାଜ ଗାଇକ୍ୱାଡ୍ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କୁ ହାତରେ ବଲର୍ ଲାଗିବା କାରଣରୁ ସେ ଇନ୍‌ଜୁରୀର ସମ୍ମୁଖିନ ହୋଇଥିଲେ। ୨୫ ବର୍ଷିୟ ରୁତୁରାଜ ଏବେ ସୁସ୍ଥ ହେବା ପାଇଁ ଜାତୀୟ କ୍ରିକେଟ୍ ଏକାଡେମି(ଏନ୍‌ସିଏ) କୁ ପଠାଇ ଦିଆଯାଇଛି।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ୍ୟ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୩-୦ ରେ କ୍ଲିନ୍ ସୁଇପ୍ କରିଥିଲା। ଏବେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ୨୭ ଜାନୁଆରୀରେ ରାଞ୍ଚିରେ ଖେଳାଯିବ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଚାଲିଥିବା ରଣଜୀ ଟ୍ରଫି ଟୁର୍ନାମେଣ୍ଟରେ ରିତୁରାଜ ଆହତ ହୋଇଥିଲେ। ସେବେଠାରୁ ସେ ଏନସିଏରେ ଅଛନ୍ତି। କୁହାଯାଉଛି ଯେ ବିସିସିଆଇ ରିତୁରାଜଙ୍କ ଉପରେ ଅସନ୍ତୋଷ ଅଛି, କାରଣ ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଥର ହାତରେ ଆଘାତ ଲାଗିଥିବାର ନଜର ଆସିଛନ୍ତି। ଗତ ବର୍ଷ ଶ୍ରୀଲଙ୍କା ବିପକ୍ଷ ଟି -୨୦ ସିରିଜ୍ ପୂର୍ବରୁ ମଧ୍ୟ ସମାନ ଆଘାତ ହେତୁ ରିତୁରାଜଙ୍କୁ ବାଦ ଦେବାକୁ ପଡିଥିଲା।

Get real time updates directly on you device, subscribe now.