fbpx

୫୦୦ ଟଙ୍କିଆ ନୋଟକୁ ନେଇ ବଡ ଖବର: ରିଜର୍ଭ ବ୍ୟାଙ୍କ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ପରେ ଏବେ ୫୦୦ ଟଙ୍କିଆ ନୋଟକୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ୫୦୦ ଟଙ୍କିଆ ନୋଟକୁ ଉପରେ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଗତ ୨୩ ତାରିଖରୁ ୨୦୦୦ଟଙ୍କିଆ ନୋଟ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ବ୍ୟାଙ୍କରେ ଅଧିକାଂଶ ପରିମାଣରେ ୨୦୦୦ ଟଙ୍କିଆ ନୋଟ ନେଇ ପହଞ୍ଚୁଛନ୍ତି ସାଧାରଣ ଲୋକେ । ତେବେ ଏଥିଯୋଗୁଁ ରିଜର୍ଭ ବ୍ୟାଙ୍କ ୫୦୦ ଟଭ୍କିଆ ନୋଟ ଉପରେ ଏକ ବଡ ପଦକ୍ଷେପ ନେଇଛନ୍ତି ।

ବ୍ୟାଙ୍କରେ ଅଧିକ ମାତ୍ରାରେ ୨୦୦୦ ଟଙ୍କିଆ ନୋଟ ଜମା ହେଉଥିବା ବେଳେ ୫୦୦ ଟଙ୍କିଆ ନୋଟ କମ୍ ହେଉଥିବା ଦେଖିବାକୁ ମିଳିଛି । ଦିନ ଅଧାରୁ ୫୦୦ ଟଙ୍କିଆ ନୋଟ ପ୍ରାୟତଃ ଶେଷ ହୋଇ ଯାଉଛି । ତେଣୁ ୨୪ ଘଣ୍ଟା ୫୦୦ ଟଙ୍କିଆ ନୋଟ ପ୍ରିଣ୍ଟ କରିବା ପାଇଁ ପ୍ରିଣ୍ଟିଙ୍ଗ ପ୍ରେସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି । RBI ତରଫରୁ କୁହାଯାଇଛି ଯେ, ଏବେ ମଧ୍ୟ ପ୍ରିଣ୍ଟିଙ୍ଗ ପ୍ରେସ ନିଜ ସର୍ବୋଚ୍ଚ ଉଦ୍ୟମ ସହ କାର୍ଯ୍ୟ କରୁଛି । କିନ୍ତୁ ଆଗାମୀ ଦିନରେ ୨୦୦୦ ଟଙ୍କିଆ ନୋଟ ପରିବର୍ତ୍ତନ ପାଇଁ ଏହି କାର୍ଯ୍ୟର ଗତିକୁ ଆହୁରି ୪୦% ବୃଦ୍ଧି କରିବାକୁ ପଡିବ । ଏହାଦ୍ୱାରା ଆସନ୍ତା ୫ ମାସରେ ୨୦୦୦ ଟଙ୍କିଆ ନୋଟକୁ ରିପ୍ଲେସ କରିବାର ଲକ୍ଷ୍ୟ ପୂରଣ ହୋଇ ପାରିବ ।

ସୂଚନା ଥାଉ କି ଗତ ୨୦୧୮ ମସିହାରୁ ୨୦୦୦ ଟଙ୍କିଆ ନୋଟ ଛାପିବା ବନ୍ଦ ହୋଇ ସାରିଛି । ବର୍ତ୍ତମାନ କେବଳ ୫୦୦ ଟଙ୍କିଆ ନୋଟ ଉପରେ ଗୁରୁତ୍ୱ ଦିଆ ଯାଉଛି । ତେବେ ୨୦୦୦ ଟଙ୍କିଆ ନୋଟର ସର୍କୁଲେସନ ବନ୍ଦ ହେବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ଲୋକଙ୍କୁ ଯଥେଷ୍ଟ ପରିମାଣରେ ୫୦୦ ଟଙ୍କିଆ ନୋଟ ଯୋଗାଇ ଦେବା ପାଇଁ ସମସ୍ତ ପ୍ରିଣ୍ଟିଙ୍ଗ ପ୍ରେସକୁ ଦିନ ରାତି କାମ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

Get real time updates directly on you device, subscribe now.