fbpx

T20 WC 2022 ସେମି ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ଖୁସି ଖବର: ଆହତ ହେଲେ ବିରାଟ-ରୋହିତଙ୍କ ବଡ ଶତ୍ରୁ

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖ ଦିନ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚକୁ ନେଇ ଏବେ ଉତ୍ସାହ ବଢୁଥିବା ବେଳେ ରୋହିତ ସେନା ପାଇଁ ଆସିଛି ଏକ ବଡ ଖବର । ଏହି ରୋମାଞ୍ଚକର ମ୍ୟାଚ ପୂର୍ବରୁ ଭାରତର ଜଣେ ବଡ ଶତ୍ରୁ ଆହତ ହୋଇଛନ୍ତି । ଫଳରେ ଭାରତ ପାଇଁ ଏହି ମ୍ୟାଚରେ ବିଜୟ ହାସଲ କରିବା ଆଉ ଟିକିଏ ସହଜ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ଖୁବ ସୁନ୍ଦର ପ୍ରର୍ଶନ କରୁଥିବା ଇଂଲଣ୍ଡର ଷ୍ଟାର ବୋଲର ମାର୍କ ଉଡ୍ ଆହତ ହୋଇଥିବା ଜାଣିବାକୁ ମିଳିଛି ।

ଇଂଲଣ୍ଡ ଦଳର ଷ୍ଟାର ବ୍ୟାଟର୍ ଡାଭିଡ ମଲାନଙ୍କ ପରେ ଏବେ ମାର୍କ ଉଡଙ୍କୁ ମଧ୍ୟ ଆଘାତ ଲାଗିଛି । ଏହାପରେ ସେମି ଫାଇନାଲ ପାଇଁ ଆଡିଲେଡରେ ପ୍ରାକ୍ଟିସ ସେସନରେ ମଧ୍ୟ ଯୋଗ ଦେଇ ନଥିଲେ ମାର୍କ ଉଡ୍ । ଏଥିପାଇଁ ଆଡିଲେଡ ମ୍ୟାଚରେ ଭାରତ ବିପକ୍ଷରେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଶ୍ୱକପରେ ୪ଟି ମ୍ୟାଚ ଖେଳି ୯ଟି ୱିକେଟ ହାସଲ କରିଛନ୍ତି ମାର୍କ ଉଡ୍ । କିନ୍ତୁ ସେମି ଫାଇନାଲ ପୂର୍ବରୁ ତାଙ୍କ ଆଘାତ ଇଂଲଣ୍ଡ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଟି-୨୦ ବିଶ୍ୱକପ ୨୦୨୨ର ସବୁଠୁ ସ୍ପିଡ ବଲ ପକାଇଥିବା ବୋଲର ହେଉଛନ୍ତି ମାର୍କ ଉଡ୍ । ଚଳିତ ଟି-୨୦ ବିଶ୍ୱକପରେ ସେ ୧୫୪.୭୪କି.ମି/ଘ. ସ୍ପିଡରେ ବଲ ପକାଇଛନ୍ତି । ତେବେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସାମନାରେ ତାଙ୍କ ରେକର୍ଡ ମଧ୍ୟ ଖୁବ ସୁନ୍ଦର ରହିଛି । ତେବେ ମାର୍କ ଉଡ ଆଘାତ ହେଲେ ଟିମ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ ପାଇଁ ରନ୍ କରିବା ଆହୁରି ସହଜ ହୋଇଯିବ ।

Get real time updates directly on you device, subscribe now.