fbpx

ବ୍ୟସ୍ତବହୁଳ ରାସ୍ତାରେ ଅଟୋ ଉପରେ ମାଡ଼ିଗଲା କାର୍, ୭ ଆହତ

ମୁମ୍ବାଇ: ଏକ ଦ୍ରୁତ ଗତିରେ ଆସୁଥିବା କାର ତିନୋଟି ଅଟୋ-ରିକ୍ସା ଉପରେ ମାଡ଼ିଯିବା ସହିତ ମୁମ୍ବାଇର ଏକ ବ୍ୟସ୍ତବହୁଳ ରାସ୍ତାରେ ଅନେକ ଲୋକଙ୍କୁ ଧକ୍କା ଦେଇଛି। ଘାଟକୋପର ଅଞ୍ଚଳରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସି ଟିଭି କ୍ୟାମରେ ରେକର୍ଡ ହୋଇଛି। ସୂଚନା ଅନୁସାରେ କାରର ଡ୍ରାଇଭର ମୋବାଇଲ ଚାର୍ଜ କରିବାରେ ବ୍ୟସ୍ତ ଥିବା ସମୟରେ ତାଙ୍କ ସାଙ୍ଗ – ଅଟୋ ଡ୍ରାଇଭର କାର ଷ୍ଟାର୍ଟ କରିଥିଲେ। ଯାହା ଫଳରେ ଦୁର୍ଘଟଣା ଘଟିଥିଲା।

ତେବେ କାରଟି ଅଟକି ଯିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଉପରେ ମଧ୍ୟ ମାଡି ଯାଉଥିବାର ଦେଖିବାକୁ ମିଳିଛି। ପରବର୍ତ୍ତୀ ଫ୍ରେମରେ ଯାତ୍ରୀମାନେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସେଠାରେ ଅନେକ ସ୍କୁଲ ପିଲାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣ ଲୋକ ସାମାନ୍ୟ ଆହତ ହୋଇଥିବା ପୋଲିସ କହିଛି ଏବଂ କାର୍ ଡ୍ରାଇଭରକୁ ଗିରଫ କରାଯାଇଛି।

ନିକଟରେ ବୀମା ପ୍ରଦାନକାରୀ ACKO ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛୁଇ ଯେ, ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ଏବଂ ମୁମ୍ବାଇ ସ୍ଥିତି ସମାନ ଏବଂ ଚିନ୍ତା ଜଣକ ରହିଛି। ACKO ଦୁର୍ଘଟଣା ସୂଚକାଙ୍କ ଅନୁଯାୟୀ ଜାତୀୟ ରାଜଧାନୀ ହେଉଛି ଦେଶର ସର୍ବାଧିକ ସଡକ ଦୁର୍ଘଟଣା ପ୍ରବଣ ଅଞ୍ଚଳ। ଦେଶରେ ମୋଟ ଦୁର୍ଘଟଣା ମଧ୍ୟରୁ ଦିଲ୍ଳୀରେ ୨୦.୩ ପ୍ରତିଶତ ଥିବାବେଳେ ମୁମ୍ବାଇ ୧୮.୨ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି।

Get real time updates directly on you device, subscribe now.