fbpx

କୋବ୍ରା-ନେଉଳ ଭିତରେ ଲାଗିଲା ଭୟାନକ ଯୁଦ୍ଧ: ଦେଖନ୍ତୁ କିଏ ମାରିଲା ବାଜି?

ଓଡିଶା ଭାସ୍କର: ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଥି ମଧ୍ୟରୁ ପଶୁପକ୍ଷୀଙ୍କ ପ୍ରାୟ ଭିଡିଓ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟି ଯାଉଛି । ସେମାନଙ୍କ ନଟଖଟ ଅନ୍ଦାଜ ହେଉ କି ସେମାନଙ୍କ ମଧ୍ୟରେ ଫାଇଟ, ପ୍ରତ୍ୟେକ ଭିଡିଓ ଲୋକଙ୍କୁ ଖୁବ ଏଣ୍ଟରଟେନ କରିଥାଏ । ତେବେ ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି । ଗୋଟିଏ କିଙ୍ଗ କୋବ୍ରା ଏବଂ ନେଉଳ ମଧ୍ୟରେ ଏକ ଜବରଦସ୍ତ ଫାଇଟ ଦେଖିବାକୁ ମିଳିଛି । ତେବେ ଏହି ଫାଇଟରେ କିଏ ବାଜି ମାରିଛି ଆସନ୍ତୁ ଜାଣିବା ।

କିଙ୍ଗ କୋବ୍ରା ନେଉଳକୁ ମାରିଦେବାକୁ ଉଦ୍ୟମ କରୁତିବାର ଏହି ଭିହିଓରେ ଦେଖିବାକୁ ମିଳୁଛି । ସାପ ଆକ୍ରମଣ କରିବା କ୍ଷଣି ନେଉଳ ମଧ୍ୟ କୋବ୍ରାର ଫଣାକୁ ଧରି ନେଇଛି । ତେବେ ଉଭୟଙ୍କର ଏହି ଯୁଦ୍ଧକୁ ଦେଖେି କିଏ ଏଥିରେ ବିଜୟଲାଭ କରିବ ତାହା କହିବା ମୁସ୍କିଲ ହୋଇ ପଡିଛି । ତେବେ ଯୁଦ୍ଧର ପରିଣାମ ଜାଣିବା ପୂର୍ବରୁ ଆପଣ ବି ଦେଖନ୍ତୁ ଏହି ଭିଡିଓ ।ଏହି ଯୁଦ୍ଧରେ କୋବ୍ରା ଏବଂ ନେଉଳ, କେହି ପରସ୍ପରକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି । ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ବାରମ୍ବାର ସାପ ନେଉଳକୁ ଚୋଟ ମାରୁଥିବା ବେଳେ ନେଉଳ ମଧ୍ୟ କୋବ୍ରାକୁ ହରାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଚାଲିଛି । ଶେଷରେ ଏହି ଯୁଦ୍ଧର ପରିଣାମ ଖୁବ ଭୟଙ୍କର ହୋଇଛି । ନା କୋବ୍ରା, ନା ନେଉଳ କେହି ଏ ଯୁଦ୍ଧରେ ବିଜୟ ହୋଇ ନାହିଁ କି କେହି ହାର ମଧ୍ୟ ପାଇ ନାହାନ୍ତି । ଉଭୟ ଯୁଦ୍ଧରେ ନିଜ ପ୍ରାଣ ହରାଇଛନ୍ତି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.