fbpx

ବିବାହର ଚାରିଦିନ ପରେ ବୋହୂ ଫେରାର, ସାଙ୍ଗରେ ନେଇ ଚାଲିଗଲା ହୀରା ହାର ସହ ୧୭ ଭରି ସୁନା..

ରେୱାଡୀ: ହରିଆଣାର ରେୱାଡୀ ଠାରେ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି । ବିବାହର ୪ଦିନପରେ ଜଣେ ନବବଧୂ ଶାଶୁଘରୁ ଫେରାର ହୋଇଯାଇଛି । କୁହାଯାଉଛି ଯେ, ମହିଳାଙ୍କୁ ତାଙ୍କ ସ୍ୱାମୀ କଲେଜରେ ଛାଡ଼ିକି ଆସିବା ପରେ ସେ ଆଉ ଘରକୁ ଫେରି ନଥିଲେ । ଶାଶୁଘର ଲୋକେ ଖୋଜାଖୋଜି କରିବାରୁ ଜଣା ପଡ଼ିଥିଲା ଯେ, ହୀରାର ହାର ଏବଂ ୧୭ ଭରି ସୁନା ତାଙ୍କ ରୁମ୍ ରେ ନାହିଁ । ଏହାପରେ ତାଙ୍କ ସ୍ୱାମୀ ମଣ୍ଡଳ ଟାଉନର ଥାନା ରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ରେୱାଡୀ ସହରର ଶକ୍ତି ନଗର ନିବାସୀ ଅଜୟ କୁମାର ୨୬ ଜାନୁଆରୀରେ ଦିବ୍ୟା ନାମକ ଜଣେ ଝିଅଙ୍କ ସହ ବିବାହ କରିଥିଲେ । ସ୍ୱାମୀଙ୍କ କହିବା ଅନୁଯାୟୀ, ସେ ୩୦ ଜାନୁଆରୀ ଦିନ ୧୨ଟା ସମୟରେ ତାଙ୍କ ସ୍ତ୍ରୀଙ୍କୁ କଲେଜରେ ଛାଡ଼ି ଆସିଥିଲେ । ଦିବ୍ୟା କହିକି ଯାଇଥିଲେ ମୋର କଲେଜରେ ପେପର ଅଛି । ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରେ ପହଁଚି ନଥିଲେ । ପରେ ଖୋଜାଖୋଜି କରି ତାଙ୍କ କଲେଜରେ ପହଁଚିଥିଲେ ଅଜୟ । ହେଲେ ତାଙ୍କ ପତା ମିଳି ନଥିଲା ଏବଂ ଫୋନ ସ୍ୱିଚ୍ ଅଫ ଆସୁଥିଲା ।

ଏହା ବ୍ୟତୀତ, ସଂପୂର୍ଣ୍ଣ ରାତି ସାରା ମହିଳାଙ୍କ ପତା ନ ମିଳିବାରୁ ଅଜୟଙ୍କୁ ସନ୍ଦେହ ହୋଇଥିଲା । ପରେ ତାଙ୍କ ଘର ଲୋକ ରୁମ୍ ଖୋଜିବାକୁ ଆରମ୍ଭ କଲେ । ଯେତେବେଳେ ଆଲମାରୀ ଖୋଲି ଦେଖନ୍ତି, ୧୭ ଭରି ସୁନା ସହ ହୀରା ହାର ନିଖୋଜ । ଏନେଇ ଅଜୟ ଥାନାରେ ତାଙ୍କ ସ୍ତ୍ରୀଙ୍କ ନାମରେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଏହି ମାମଲାର ତଦନ୍ତ ଜାରି ରହିଛି ବୋଲି ଥାନାର ମୁଖ୍ୟ ସଞ୍ଜୟ କୁମାର ଜଣାଇଛନ୍ତି ।

Get real time updates directly on you device, subscribe now.