fbpx

ରାଣୀ ଏଲିଜାବେଥ୍ ଛାଡିଯାଇଛନ୍ତି ଏକ ସିକ୍ରେଟ ଲେଟର;ଯେଉଁଥିରେ ଲେଖାଯାଇଛି …

ନୂଆଦିଲ୍ଲୀ : ବ୍ରିଟେନ ରାଣୀ ଏଲିଜାବେଥ୍ ଛାଡି ଯାଇଛନ୍ତି ଏକ ଗୁପ୍ତ ଚିଠି । ସିଡନୀରେ ଥିବା ଏକ ଐତିହାସିକ ଭବନରେ ଭାଲ୍ଟ ଭିତରେ ସେହି ଚିଠିକୁ ରଖ।ଯାଇଛି । ତେବେ ରାଣୀ ଲେଖିଥିବା ଚିଠିରେ କଣ ରହିଛି? ଏହାକୁ ଜାଣିବା ବା ସମସ୍ତଙ୍କ ଭିତରେ ରହିଛି କୌତୁହଳ । ହେଲେ ଆର୍ଶ୍ଚ୍ୟରେ ବିଷୟ ହେଉଛି ଯେ ଚିଠିକୁ ଖୋଲିବା ପାଇଁ ରାଣୀ କିଛି ସର୍ତ ରଖିଛନ୍ତି । ତେବେ ରାଣୀ ଛାଡି ଯାଇଥିବା ଚିଠିରେ କଣ ଲେଖିଛନ୍ତି ସେ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଆଉ ୬୩ ବର୍ଷ ଅପେକ୍ଷା କରିବାକୁ ପଡିବ । ଏହାର ଅର୍ଥଯେ ଏବେ ସେହି ଚିଠି ଖୋଲାଯିବ ନାହିଁ ।

ସୂଚନାମୁତାବକ,ଏହାକୁ ୧୯୮୬ ମସିହା ନଭେମ୍ବର ମାସରେ ଲେଖ।ଯାଇଥିଲା ବୋଲି ଅଷ୍ଟେଲିଆର ଗଣମାଧ୍ୟମ ରିପୋର୍ଟ ରେ ପ୍ରକାଶ ପାଇଛି ଏବଂ ସେହି ଚିଠିରେ ରାଣୀ ଏଲିଜାବେଥ୍ ଅଷ୍ଟ୍ରେଲିଆ ବାସୀଙ୍କୁ ସମ୍ବୋଧନ କରିଛନ୍ତିି ।ତେବେ ସେହି ଚିଠିରେ କଣ ଲେଖାଯାଇଛି ସେ ବିଷୟରେ ରାଣୀଙ୍କର କୌଣସି ବ୍ୟକ୍ତିଗତ କର୍ମଚାରୀ ମଧ୍ୟ ଜାଣିନାହଁନ୍ତି । ସେହି ଚିଠିକୁ ଏକ ସୁରକ୍ଷିତ ସ୍ଥାନରେ ଏକ ଗ୍ଲାସ କେସ୍ ଭିତରେ ରଖ।ଯାଇଛି । ତେବେ ଏହି ଚିଠିଟି ସିଡନୀର ଲଡ୍ ମେୟରଙ୍କୁ ଲେଖିଛନ୍ତି ରାଣି ଏଲିଜା । ଏହାକୁ ୬୩ ବର୍ଷ ପରେ ମାନେ ୨୦୮୫ ମସିହାରେ ରେ ଖୋଲାଯିବ। ରାଣୀ ଏଲିଜାବେଥଙ୍କର ନିର୍ଦ୍ଦେଶ ଅନୁଶାରେ ୨୦୮୫ ଖ୍ରୀଷ୍ଟାଧ୍ୟରେ ସେହି ଚିଠି ଖୋଲି ସିଡନୀବାସୀଙ୍କୁ ତାଙ୍କ ବାର୍ତ୍ତା ଦେବାକୁ କହିଛନ୍ତି । ସୂଚନାମୁତାବକ,ରାଣୀଙ୍କର ସବୁଠୁ ପ୍ରିୟ ସ୍ଥାନ ଥିଲା ଅଷ୍ଟ୍ରେଲିଆ । ସେଠାକୁ ସେ ପ୍ରାୟ ୧୬ ଥର ଯାତ୍ରା କରିଛନ୍ତି ।

Get real time updates directly on you device, subscribe now.