fbpx

‘ପୋଲିସବାବୁ ମୋର ମୂଷା ଚୋରି ହୋଇଯାଇଛି…’ ଥାନାରେ ଏମିତି ମାମଲାର ଅଭିଯୋଗ ଦାୟର

ନୂଆଦିଲ୍ଲୀ: ଗାଡି, ମୋବାଇଲ, ଟଙ୍କ କିମ୍ବା ସୁନା-ରୂପା, ଏସବୁ ଜିନିଷ ଚୋରି ହେଉଥିବା ନେଇ ପ୍ରାୟତଃ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥାଏ । କିନ୍ତୁ ରାଜସ୍ଥାନର ଜଣେ ବ୍ୟକ୍ତି ପୋଲିସ ଆଗରେ ଏକ ଅଦ୍ଭୁତ ପ୍ରକାର ଅଭିଯୋଗ କରିଛନ୍ତି । ମୂଷା ଚୋରି ହୋଇଥିବା ନେଇ ଏକ ମାମଲା ରୁଜୁ କରିଛନ୍ତି ଏହି ବ୍ୟକ୍ତିଜଣକ । କେବଳ ସେତିକି ନୁହେଁ, ପୋଲିସ ମଧ୍ୟ ଏ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଛି । ତେବେ ଖୁବ ଶୀଘ୍ର ଘଟଣାର ପର୍ଦ୍ଦଫାଶ କରିବ ବୋଲି ସୂଚନା ଦେଇଛି ପୋଲିସ ।

ସୂଚନା ଅନୁସାରେ, ସଜ୍ଜନଗଢ଼ ଥାନା ବଡଖିୟାର ୬୨ ବର୍ଷୀୟ ମଙ୍ଗୁ ଏ ନେଇ ମାମଲା ରୁଜୁ କରିଥିବା କହିଛନ୍ତି ଥାନା ଅଧିକାରୀ । ସେ ଘରେ ଏକ କଣ୍ଟା ଥିବା ମୂଷା ପାଳିଥିଲେ । ତେବେ ଏହାର ଓଜନ ଥିଲା ପ୍ରାୟ ୭୦୦ ଗ୍ରାମ । ତେବେ ଏହି ମୂଷା ଚୋରି ହୋଇଥିବା ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ତେବେ ସେ ତାଙ୍କ ଭାଇଙ୍କ ପୁଅ ବିରୋଧରେ ଆଣିଛନ୍ତି ଏହି ଅଭିଯୋଗ । ଗତ ୨୮ ସେପ୍ଟେମ୍ବର ରାତି ପ୍ରାୟ ୨ଟା ସମୟରେ ପୁତୁରା ସୁରେଶ, ମୋହିତ ଏବଂ ଅରବିନ୍ଦ ଘରେ ପଶି ଏହାକୁ ଚୋରି କରି ନେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ଏ ମାମଲା ନେଇ ଆଇପିସି ଧାରା ୪୫୭ ଏବଂ ୩୮୦ରେ ଚୋରି ମାମଲା ରୁଜୁ କରାଯାଇଛି । ଏହାସହିତ ୩ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଡକା ଯାଇଥିବା ପ୍ରକାଶ କରିଛନ୍ତି ଥାନା ଅଧିକାରୀ ଧନପଥ ସିଂହ । ତେବେ ଥାନାରେ ଏମିତି ଏକ ଅଭିଯୋଗ ପ୍ରଥମ କରି ଆସିଥିବା ସେ କହିଛନ୍ତି । ତେଣୁ ଖୁବଶୀଘ୍ର ଏହି ତଦନ୍ତ କରି ଘଟଣାର ଖୁଲାସା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଧନପଥ ସିଂହ ।

Get real time updates directly on you device, subscribe now.