ଛୁଆଙ୍କ ଆଗରେ ମା’ କୁ ହତ୍ଯା କଲା ବାପା; ଭୟରେ ଘରେ ଲୁଚିଗଲେ ଛୁଆ, ଚିତ୍କାର ଶୁଣି ସଙ୍ଗେ ସଙ୍ଗେ…

ରାଗରେ ସ୍ତ୍ରୀକୁ ଗୁଳିକରି ହତ୍ଯା କଲା ସ୍ବାମୀ!

ଓଡିଶା ଭାସ୍କର: ଫୁଟିଲା ଠୋ ଠା ଗୁଳି। ପିଲାଙ୍କ ଆଖି ଆଗରେ ମା ର ଜୀବନ ଗଲା। ଆଉ ରାଗରେ ଗୁଳି ଫୁଟାଇଥିବା ଲୋକ ଜଣକ ଆଉ କେହି ନୁହେଁ  ତିନି ପିଲାଙ୍କର ନୃସଂଶ ବାପା। ଯିଏକି ରାଗରେ ମାନବିକତା ଭୁଲି ଏପରି କରିଥିଲା। କେବଳ ସ୍ତ୍ରୀ ନୁହେଁ ବରଂ ପରିବାରର ଅନ୍ଯ ତିନି ସଦସ୍ଯଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲା ଲୋକ ଜଣକ।

ପୋଲିସର କହିବା ଅନୁଯାୟୀ କୁମାର ଓ ଡୋଗ୍ରାଙ୍କ ଭିତରେ ପାରିବାରିକ ମତାନ୍ତର ନେଇ ଝଗଡା ଆରମ୍ଭ ହୋଇଥିଲା। ପରେ ଦୁଇ ଜଣ ପିଲାଙ୍କୁ ନେଇ ପାଖରେ ରହୁଥିବା ରିଲେଟିଭଙ୍କ ଘରକୁ ଯାଇଥିଲେ ଓ ସେଠାରେ ପୁଣି ଝଗଡା ଆରମ୍ଭ ହୋଇଥିଲା।

ରିଲେଟଭର ଅନ୍ଯ ତିନି ସଦସ୍ଯ ମଧ୍ୟ ତାଙ୍କୁ ଚୁପ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର କୁମାର ଜୋରରେ ରାଗି ଯାଇଥିଲେ। ଓ ପକେଟରୁ ଗୁଳି କାଢି ପିଲାଙ୍କ ଆକି ଆଗରେ ଫୁଟାଇଥିଲେ। ପ୍ରଥମେ ଗୁଳି କରି ନିଜ ପତ୍ନୀଙ୍କୁ ହତ୍ଯା କରିଥିଲେ।

ପରେ ସେ ତିନି ରିଲେଟିଭ୍ସଙ୍କ ଉପରକୁ ଗୁଳି ଚଲାଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ତିନି ପିଲା ଘର ଭିତରକୁ ଯାଇ ଲୁଚି ଯାଇଥିଲେ। ତାଙ୍କ ମଧ୍ୟରୁ ଜଣେ ପୋଲିସକୁ କଲ କରି ଏସମସ୍ତ କଥା ଜଣାଇଥିଲା।

ପରେ ନିକଟସ୍ଥ ପୋଲିସ ଷ୍ଟେସନରୁ ସଙ୍ଗେ ସଙ୍ଗେ ପୋଲିସ ଫୋନ ଟ୍ରାକ କରି ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଅଭିଯୁକ୍ତ କୁମାରକୁ ଗିରଫ କରିଥିଲେ। ଏହି ଘଟଣାଟି ଆମେରିକାରେ ଘଟିଛି। ମାତ୍ର ଗିରଫ ହୋଇଥିବା ବ୍ୟକ୍ତି ଜଣକ ଭାରତୀୟ ବୋଲି ଜଣାପଡିଛି। ଯିଏକି ପରେ ଆମେରିକାରେ ଯାଇ ରହୁଥିଲେ।

ମୃତକଙ୍କ ନାମ ମିମୁ ଡୋଗରା (୪୩) ଏବଂ ସମ୍ପର୍କୀୟ ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଏବଂ ହରିଶ ଚନ୍ଦର (୩୮) ବୋଲି ଚିହ୍ନଟ କରାଯାଇଛି।ଅନ୍ଯପଟେ ଘଟଣା ସବୁ ଦେଖିବା ପରେ ପିଲାମାନେ ଭୟଭୀତ ହୋଇପଡିଥିଲେ। ସାତ, ୧୦ ଏବଂ ୧୨ ବର୍ଷର ତିନି ଜଣ ପିଲା ଘର ଭିତରେ ଏବଂ ଏକ ଆଲମାରୀ ଭିତରେ ଲୁଚି ରହିଥିଲେ। ତେବେ ଏଭଳି ଘଟଣାକୁ ଅନେକ ଲୋକ ଧିକାର କରିଥିବା ବେଳେ ପୋଲିସ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।