fbpx

(Video)କାନ୍ଧରେ ବିଶାଳ ଅଜଗର, ଲୋକଙ୍କୁ ଦେଖି ଖୋଲିଲା ମୁହଁ ଆଉ ତାପରେ …. ଦେଖିଲେ ଥରି ଯାଉଛି ହୃଦୟ

ନୂଆଦିଲ୍ଲୀ: ଅନେକ ଲୋକ କେବଳ ସାପର ନାମ ଶୁଣିଲା ମାନେ ହିଁ ଡରିଯାଆନ୍ତି , ଆଉ ଯଦି ଏହା ସାମ୍ନାକୁ ଦେଖିବେ ତେବେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଏ। ଏପରି ପରିସ୍ଥିତିରେ, ଆପଣ କେବେ କଳ୍ପନା କରିପାରିବେ କି ଜଣେ ବ୍ୟକ୍ତି ନିଜ କାନ୍ଧରେ ଏକ ବିରାଟ ଅଜଗର (ପାଇଥନ୍) ସାପ ନେଇ ବୁଲୁଥିବାର ଭିଡ଼ିଓ ଦେଖି ଲୋକ ଆଚମ୍ବିତ ହେଇଯାଉଛନ୍ତି । ନା ଡର ନା ଭୟ ଆପଣ ଭିଡ଼ିଓ ଦେଖିଲେ ଭାବିବେ ଏ କଣ ଏଭଳି କରିବାକୁ କଣ ବ୍ୟକ୍ତି ଜଣଙ୍କୁ ଜମା ଭୟ ଲାଗୁ ନାହିଁ । ତେବେ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି, ଯେଉଁଥିରେ ଜଣେ ବ୍ୟକ୍ତି ପାଇଥନ୍ ସାପ ସହିତ ବନ୍ଧୁତା କରୁଥିବା ଦେଖାଯାଉଛି ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି କାନ୍ଧରେ ଏକ ବିଶାଳ ପାଇଥନ୍ ନେଇଥିବାର ନଜର ଆସିଛନ୍ତି । ପାଇଥନ୍ ମଧ୍ୟ ଏହି ବ୍ୟକ୍ତିଙ୍କୁ କିଛି କ୍ଷତି ପହଞ୍ଚାଉ ନାହିଁ, କାନ୍ଧରେ ଏଭଳି ଭାବେ ଝୁଲୁଛି ଯେପରି ଏକ ରଶି । କିନ୍ତୁ ଏଥିରୁ ସ୍ପଷ୍ଟ ବାରି ହେଉଛି ଏହା ସେ ବ୍ୟକ୍ତି ଆଉ ସାପ ମଧ୍ୟରେ ଥିବା ବନ୍ଧୁତା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ପାଇଥନ୍ କାନ୍ଧରେ ବହନ କରୁଥିବା ବ୍ୟକ୍ତି ଜୋରରେ ହସୁଛନ୍ତି ଆଉ ପାଇଥନ୍ ପାଟି ଖୋଲା କରୁଛି । କିଛି କ୍ଷଣ ପରେ ଆପଣଙ୍କୁ ଲାଗିବ ଯେପରି ସେ ଆକ୍ରମଣ କରିବ। କିନ୍ତୁ ଏଭଳି କିଛି ହେଉ ନାହିଁ ।

 

View this post on Instagram

 

A post shared by Jay Brewer (@jayprehistoricpets)

ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାର ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓରେ ୪ ଲକ୍ଷ ୧୪ ହଜାରରୁ ଅଧିକ ଲାଇକ୍ ମିଳିଛି । ଭିଡିଓ ଉପରେ ବହୁ ଲୋକ ମନ୍ତବ୍ୟ ଦେଇଛନ୍ତି। କେହି ସାବଧାନ ରହିବାକୁ ନିର୍ଦେଶ ଦେଇଛନ୍ତି ତ କିଛି ବନ୍ଧୁତ୍ୱ କୁ ନେଇ ସବାସ କହୁଛନ୍ତି ।

Get real time updates directly on you device, subscribe now.