fbpx

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରେ ନୂଆ ମୋଡ: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ୫ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି । ଫଳରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅଭିଯୁକ୍ତ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ୪ ଦିନିଆ ରିମାଣ୍ଡରେ ନେଇଛି । ଏଥିସହିତ ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପଦରା ଉଛୁଛି । ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ସମସୟରେ ଏକ ୧୫ ପୃଷ୍ଟାର ରହସ୍ୟମୟୀ କାଗଜ ପାଇଛି । ଯାହାଫଳରେ ତଦନ୍ତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଏଏସଆଇ ଗୋପାଳ ଦାସ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଗୁଳିକରିଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ମନ୍ତ୍ରୀଙ୍କ ମୃତୁୟ ହୋଇଥିଲା । ଏହି ଘଟଣାକୁ ନେଇ କ୍ରାଇମବ୍ରଞ୍ଚ ତଦନ୍ତ କରୁଥିବା ବେଳେ ଆଜି ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ଏକ ୧୫ ପୃଷ୍ଟାର ରହସ୍ୟମୟୀ କାଗଜ ପାଇଛି । ଯାହାକି ଅଭିଯୁକ୍ତ ଗୋପାଳ ଦାସର ହାତଲେଖା ଚିଠି ବୋଲି ଜଣାପଡିଛି । ତେବେ ସେହି କାଗଜରେ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ଏହି ୧୫ ପୃଷ୍ଟାର କାଗଜକୁ କମଟରେ ପକାଇ ଫ୍ଲସ ମାରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ତେବେ ରିମାଣ୍ଡର ଦ୍ୱିତୀୟ ଦିନରେ ଅଭିଯୁକ୍ତ ଗୋପାଳ ଗୁମର ଖୋଲୁଥବା ବେଳେ ଆଗକୁ ଆହୁରୀ ଅନେକ କିଛି କଥାର ରହସ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଏଥିସହିତ ମନ୍ତ୍ରୀଙ୍କୁ ଗୁଳି କରିବାର ରହସ୍ୟ ମଧ୍ୟ ଲୋକଲୋଚନକୁ ଆସିପରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.