fbpx

ରମାଦେବୀ ମହିଳା ବିଶ୍ୱବିଦ୍ୟାଳର ସଂସ୍କୃତ ବିଭାଗରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଭାଗୀୟ ଅଧ୍ୟକ୍ଷ ପ୍ରଫେସର ପ୍ରଣତୀ କୁମାରୀ ସାହୁ ସଭାପତିତ୍ୱ କରିଥିଲେ । ଏଥିସହିତ ଶୈଳାବଳା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ସଂସ୍କୃତ ବିଭାଗର ବିଭାଗୀୟ ଅଧ୍ୟକ୍ଷ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।

ଡ. ପତି ସଂସ୍କୃତ ବ୍ୟାକରଣର ଆବଶ୍ୟକତା ଉପରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । କେବଳ ସଂସ୍କୃତ ଭାଷାରେ ନୁହେଁ ବିଶ୍ୱର ସମସ୍ତ ଭାଷା ପାଇଁ ବ୍ୟାକରଣର ଆବଶ୍ୟକତା ଅନିବାର୍ଯ୍ୟ । ବେଦର ସୁରକ୍ଷା ସହିତ ଭାଷାର ଯଥାର୍ଥ ଉପଯୋଗରେ ବ୍ୟାକରଣର ଆବଶ୍ୟକତା ନେଇ ସେ ମତବ୍ୟକ୍ତ କରିଥିଲେ । ବିଭାଗର ଅତିଥି ଅଧ୍ୟାପିକା ଡ. ଦୀପ୍ତିମୟୀ ମିଶ୍ର ଓ ଅଧ୍ୟାପକ ଡ. ନୀଳମାଧବ ପ୍ରଧାନ ସଭାକୁ ପରିଚାଳନା କରିଥିଲେ ।

ଏହି ସଭାରେ ସ୍ନାତକ ବିଭାଗର ୧୨୦ ଜଣ ଛାତ୍ରୀ ସାମିଲ ହୋଇଥିଲେ । ମହର୍ଷି ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ସ୍ୱପ୍ନା ସହୁ, ସତ୍ୟସାଇ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ପୂର୍ଣ୍ଣିମା ମହାନ୍ତି, ଡ. ସୁଜିତ ମିଶ୍ର ପ୍ରମୁଖ ଏହି ସଭାରେ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିଲେ । ଛାତ୍ରୀମାନେ ଡ. ପତିଙ୍କ ଏକାଧିକ ପ୍ରଶ୍ନର ଉତ୍ତର ଦେବା ସହ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ‘କୃଷ୍ଣାଷ୍ଟକମ’ ଗୀତ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ସଭା ଶେଷଷର ଅଧ୍ୟାପିକା ଦୀପ୍ତିମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.