fbpx

RD ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ, ବ୍ୟାକରଣର ଆବଶ୍ୟକତା ଉପରେ ପ୍ରକଶ ପାଇଲା ମତ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି ସଭାରେ ଡ. ପତି ସଂସ୍କୃତ ବାଗମୟରେ ବ୍ୟାକରଣର ଆବଶ୍ୟକତା ଉପରେ ଏକ ସାରଗର୍ଭକ ଭାଷଣ ଉପସ୍ଥାପିତ କରିଥିଲେ। କେବଳ ସଂସ୍କୃତ ଭାଷାରେ ନୁହେଁ ବିଶ୍ବର ସବୁ ଭାଷାରେ ବ୍ୟାକରଣର ଆବଶ୍ୟକତା ଅନିବାର୍ଯ୍ୟ ବୋଲି ମତପ୍ରଦାନ କରିଥିଲେ। କେବଳ ବେଦର ସୁରକ୍ଷା ଭାଷାର ନୁହେଁ ଭାଷାର ଯଥାର୍ଥ ଉପଯୋଗରେ ବ୍ୟାକରଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏହି ସଭାରେ ବିଭାଗୀୟାଧକ୍ଷା ପ୍ରଫେସର୍ ପ୍ରଣତି କୁମାରୀ ସାହୁ ସଭାପତି ଭାବରେ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ। ଶୈଳବାଳା ସଂୟଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅବସରପ୍ରାପ୍ତ ଅଧ୍ୟକ୍ଷ ଏବଂ ସଂସ୍କୃତ ବିଭାଗର ବିଭାଗୀୟ ଅଧ୍ୟକ୍ଷ ମୁଖ୍ୟବକ୍ତା ଭାବରେ ଉପସ୍ଥିତ ରହିଥିଲେ। ବିଭାଗର ଅତିଥ୍‌ ଅଧ୍ୟାପିକା ଡ. ଦୀପ୍ତିମୟୀ ମିଶ୍ର ଓ ଅଧ୍ୟାପକ ଡ . ନୀଳମାଧବ ପ୍ରଧାନ ସଭାଟିକୁ ସୁପରିଚାଳନା କରିଥିଲେ। ସ୍ନାତକ ବିଭାଗର ୧୨୦ ଛାତ୍ରୀ ସଭାରେ ଯୋଗ ଦେଇଥିଲେ।

ମହର୍ଷି ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ସୁପ୍ନ ସାହୁ ଏବଂ ସତ୍ୟସାଇ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ପୂର୍ଣ୍ଣିମା ମହାନ୍ତି ଏବଂ ଡ . ସୁଜିତ୍‌ ମିଶ୍ର ଏହି ସଭାରେ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟମଣ୍ଡିତ କରିଥିଲେ। ଛାତ୍ରୀ ମାନେ ଡ. ପତିଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବିଷୟରେ ଜ୍ଞାନାରୋହଣ କରିଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ‘ କୃଷ୍ଣାଷ୍ଟକମ୍ ‘ ଗାନ ଅତୀବ ମନମୁଗ୍ଧକର ହୋଇଥିଲା ଶେଷରେ ଅଧ୍ୟାପିକା ଦୀପ୍ତିମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.