fbpx

ଖୁବ୍‍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ଏକକ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର: ରାଜ୍ୟରେ ଏଣିକି ଏକକ ଜରୁରୀ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ ହେବ। ସରକାରୀ ଭାବେ କାର୍ଯ୍ୟ କରୁଥିବା ୨ ହଜାର ୪୫୩ ଆମ୍ବୁଲାନ୍ସ ସହିତ ବେସରକାରୀ ଭାବେ କାର୍ଯ୍ୟରତ ପ୍ରାୟ ୩ ହଜାର ଆମ୍ବୁଲାନ୍ସକୁ ଗୋଟିଏ କମନ ଏମରଜେନ୍‍ସି ପୋର୍ଟାଲ ମାଧ୍ୟମରେ ଯୋଡାଯିବ । ଏହାଦ୍ୱାରା ଜରୁରୀ ସମୟରେ ଦୁର୍ଘଟଣାଗ୍ରସ୍ତ ରୋଗୀ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ୍‍ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସରକାରୀଭାବେ ୨ ହଜାର ୪୫୩ଟି ସରକାରୀ ଆମ୍ବୁଲାନ୍ସ କାର୍ଯ୍ୟକାରୀ ହେଉଛି । ସେଥିମଧ୍ୟରୁ ୬୨୪ଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବାବେଳେ ୫୦୦ଟି ୧୦୨ ସେବା
ଯୋଗାଉଛି । ଏହିସବୁ ଆମ୍ବୁଲାନ୍ସକୁ ଗୋଟିଏ ଜରୁରୀ ନମ୍ବର ପୋର୍ଟାଲକୁ ଅଣାଯିବ । ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଏବେ ୨ଟି କାର୍ଯ୍ୟ କରିପାରିବ ।

Get real time updates directly on you device, subscribe now.